Sat. Mar 7th, 2026

ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କ ଭଣ୍ଡାର ଘରେ ନିଆଁ ଲାଗି ପୋଡ଼ିଗଲା ପୂଜା ସାମଗ୍ରୀ

236 Views

ଚାନ୍ଦବାଲି : ଭଦ୍ରକ ଜିଲ୍ଲାର ଆରଡିସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘରେ ନିଆଁ ଲାଗି ପୋଡିଗଲା ଠାକୁରଙ୍କ ପୂଜା ସାମଗ୍ରୀ। ଗତକାଲି ବିଳମ୍ବିତ ରାତିରେ ବାବା ଆଖଣ୍ଡଳମଣିଙ୍କ ଭଣ୍ଡାର ଘରେ ନିଆଁ ଲାଗିଥିଲା। ଖବର ପାଇ ଧାମନଗର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେବାୟତ୍ତଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ଭଣ୍ଡାରଘରେ ନିଆଁ ଲାଗିବାର କାରଣ ଜଣାପଡିନି।

ମିଳିଥିବା ସୂଚନା ଅନୁଯାୟୀ, ଦୈନଦିନ ପରି ଗୁରୁବାର ରାତ୍ର ୧୧ଟା ବେଳେ ସମସ୍ତ ନୀତିକାନ୍ତି ସରିବା ପରେ ସେବାକାରୀମାନେ ପହୁଡ ଦେଇ ଯାଇଥିଲେ। ହେଲେ ରାତ୍ର ପ୍ରହରା ଦେଉଥିବା ୨ ଜଣ ନିରାପତ୍ତା ରକ୍ଷୀ   ରାତ୍ର ପ୍ରାୟ ଗୋଟାଏ ସମୟରେ ମଣିଙ୍କ ଭଣ୍ଡାର ଘରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରୁଥିବାର ଦେଖବାକୁ ପାଇଥିଲେ ।ସେମାନେ ଏହି ଖବର ମନ୍ଦିରର ସହ ପରିଚାଳକଙ୍କୁ ଜଣାଇବା ସହ ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ ମଧ୍ୟ ନିଆଁରେ ମଣିବାବାଙ୍କର ସମସ୍ତ ଅଳଙ୍କାର ସହ ଆସବାବପତ୍ର , ବାସନ ଆଦି ଲକ୍ଷାଧିକ ଟଙ୍କା ଜିନିଷ ପୋଡି ପାଉଁଶ ହୋଇଯାଇଥିଲା। ଏପରି ଖବର ପାଇ ଧାମନଗର ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କୌଣସି ଜିନିଷ ଉଦ୍ଧାର ହୋଇ ପାରିନଥିଲା।

By amfnews

Related Post