Wed. Jan 22nd, 2025

ଆରଏସପି ଦ୍ୱାରା ପାଶ୍ୱର୍ାଞ୍ଚଳ ଗ୍ରାମଗୁଡିକରେ ଏକ ଲକ୍ଷ ବୃକ୍ଷଚାରା ବଣ୍ଟନର ଶୁଭାରମ୍ଭ

rklsanchar@gmail.com' By J.N. Pradhan Jul 31, 2018 #Featured
390 Views

ରାଉରକେଲା, ୩୧/୭  : ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଉରକେଲା ଇସ୍ପାତ କାରଖାନା ଓଡିଶା ସରକାରଙ୍କ ବନ ବିଭାଗର ସହଯୋଗରେ ପାଶ୍ୱର୍ାଞ୍ଚଳ ଗ୍ରାମଗୁଡିକରେ ମାଗଣାରେ ଏକ ଲକ୍ଷ ବୃକ୍ଷଚାରା ବଣ୍ଟନ କରୁଛି । ଏଥିନିମନ୍ତେ ଚଳିତ ବର୍ଷ ଆରଏସପି ୨୦.୮୭ ଲକ୍ଷ ଟଙ୍କା ବ୍ୟୟ କରୁଛି । ଏହି ବୃକ୍ଷଚାରାଗୁଡିକୁ ପୂର୍ବରୁ ଚିହ୍ନଟ ହୋଇଥିବା ଛଅଟି ଫରେଷ୍ଟ ରେଞ୍ଜ ଯଥା ପାନପୋଷ, କୁଆଁରମୁଣ୍ଡା, ବିରମିତ୍ରପୁର, ବାଙ୍କି, ବିଶ୍ରା, ରାଜଗାଙ୍ଗପୁର ଅଞ୍ଚଳରେ ବିତରଣ କରାଯିବ ।

ଗ୍ରାମବାସୀମାନଙ୍କ ମଧ୍ୟରେ ବିତରଣ କରାଯାଉଥିବା ୧ଲକ୍ଷ ବୃକ୍ଷଚାରା ମଧ୍ୟରୁ ୫୦ ହଜାର ଫଳ ବୃକ୍ଷଚାରା, ଶୋଭାବର୍ଦ୍ଧନକାରୀ ଓ ଔଷଧୀୟ ବୃକ୍ଷଚାରା ରହିଥିବାବେଳେ ଅବଶିଷ୍ଟ ୫୦ ହଜାର କାଠ ନିମନ୍ତେ ଉପଯୋଗୀ ବୃକ୍ଷଚାରା ରହିଛି । ଏହି ପ୍ରୟାସ ଅଧୀନରେ ଚଳିତ ବର୍ଷ ଏକ ଅନନ୍ୟ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ବୃକ୍ଷ ପାସବୁକ ପ୍ରଦାନ କରାଯାଉଛି ଯେଉଁଥିରେ ପ୍ରଦତ୍ତ ବୃକ୍ଷ ଚାରା ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ । ଏହି ବ୍ୟତୀତ ବୃକ୍ଷଚାରା ବଞ୍ôଚରହିବା ଆଧାରରେ ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।

ଏହି କ୍ରମରେ ଲାଠିକଟା ବ୍ଲକ ଅନ୍ତର୍ଗତ ଏର୍ଗେଡା ଗ୍ରାମରେ ଜୁଲାଇ ୨୭ ତାରିଖରେ ରାଉରକେଲା ବନ ଡିଭିଜନ ଦ୍ୱାରା ଏକ ଏନଜିଓ, ଇକୋ ଗ୍ରୁପ ସହଯୋଗରେ ମାଗଣା ବୃକ୍ଷ ଚାରା ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଉରକେଲା ଡିଏଫଓ ଏସ. କେ. ସ୍ୱାଇଁ, ଆଇଏଫଏସ, ଆରଏସପି ସହରସେବା ବିଭାଗର ଜିଏମ ଏନ. କେ. ସାମନ୍ତରାୟ, ଆରଏସପି ଉଦ୍ୟାନ କୃଷି ବିଭାଗର ସିନିୟର ମ୍ୟାନେଜର ଡକ୍ଟର ଏ. ବିଶ୍ୱାସ ତଥା ଆରଏସପି ଓ ବନ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ । ଏର୍ଗେଡା ବନ ସୁରକ୍ଷା ସମିତିର ସମ୍ପାଦକ ମୋହନ କୁମାର ସିଂହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଇକୋ ଗ୍ରୁପ ସମ୍ପାଦକ ଅଦୈତ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ ଉତ୍ସବରେ ୩୭ଟି ଭିନ୍ନ ଭିନ୍ନ କିସମର ୧୬୫୫ ଟି ଫଳ ବୃକ୍ଷ, ଶୋଭା ବର୍ଦ୍ଧନକାରୀ ଓ ଔଷଧୀୟ ବୃକ୍ଷଚାରା ୬୪ ଜଣ ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା ।

ଏହି ଅବସରରେ ନିଜର ଅଭିଭାଷଣରେ ଏସ. କେ. ସ୍ୱାଇଁ ଆରଏସପି ଦ୍ୱାରା ମାଗଣାରେ ବୃକ୍ଷ ଚାରା ବିତରଣ ତଥା ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ ।  ଏନ. କେ. ସାମନ୍ତରାୟ ନିଜର ବକ୍ତବ୍ୟରେ ବୃକ୍ଷରୋପଣ ଦ୍ୱାର କିଭଳି ପରିବେଶ ସୁରକ୍ଷା ହେବା ସଙ୍ଗେ ସଙ୍ଗେ ଲୋକଙ୍କୁ ଉପାର୍ଜ୍ଜନ ଆଣିପାରିବ ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଉତ୍ସବ ଶେଷରେ ଏର୍ଡେଗା ବନ ସୁରକ୍ଷଶ ସମିତି ବୈଠକ ହଲ ନିକଟରେ ଅତିଥିମାନେ ବୃକ୍ଷଚାରା ରୋପଣ କରିଥିଲେ ।

Related Post