Tue. Jan 28th, 2025

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ବିଡେନଙ୍କ ସହ ବିତର୍କରେ ଅଂଶଗ୍ରହଣ କରିବାକୁ ମନା କଲେ ଟ୍ରମ୍ପ

By amfnews Oct 9, 2020 #Featured
190 Views

ୱାଶିଂଟନ, ଅକ୍ଟୋବର ୦୯  : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପ୍ରତିନ୍ଦ୍ୱନ୍ଦୀ ଜୋ ବିଡେନଙ୍କ ମଧ୍ୟରେ ଅକ୍ଟୋବର ୧୫ରେ ହେବାକୁ ଥିବା ଦ୍ୱିତୀୟ ରାଷ୍ଟ୍ରପତି ବିତର୍କକୁ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇପାରି ନାହିଁ । ଟ୍ରମ୍ପଙ୍କୁ କରୋନା ହୋଇଥିବାରୁ ଆୟୋଜକ ବିତର୍କକୁ ଭର୍ଚ୍ୟୁଆଲ ମାଧ୍ୟମରେ ଆୟୋଜନ କରିବାକୁ ଚାହୁଁଛନ୍ତି । ଟ୍ରମ୍ପ କିଛି ଦିନ ତଳେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ କିନ୍ତୁ ସୁସ୍ଥ ହୋଇ ହ୍ୱାଇଟ ହାଉସ ଫେରିଛନ୍ତି । ହେଲେ ଟ୍ରମ୍ପ ବିତର୍କରେ ଅଂଶଗ୍ରହଣ କରିବାକୁ ମନା କରିଦେଇଛନ୍ତି । ଏବେ ଟ୍ରମ୍ପଙ୍କ କ୍ୟାମ୍ପେନ ମ୍ୟାନେଜର ବିତର୍କକୁ ଆଗାମୀ ଦିନରେ କେମିତି କରାଯିବ, ସେନେଇ ଯୋଜନା କରୁଛନ୍ତି ।

ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାମ୍ପେନ ମ୍ୟାନେଜର ବିଲ ଷ୍ଟିଫେନଙ୍କ କହିବା ଅନୁସାରେ ଟାଉନ ହଲରେ ହେବାକୁ ଥିବା ବିତର୍କ ଅକ୍ଟୋବର ୧୫ ବଦଳରେ ଅକ୍ଟୋବର ୨୨ରେ କରାଯିବା ଦରକାର । ସେହିଭଳି ତୃତୀୟ ବିତର୍କ ଆଗକୁ ବଢ଼ାଇ ଅକ୍ଟୋବର ୨୯ରେ କରାଯାଇପାରିବ । ମାତ୍ର ଟିମ ବିଡେନ ଏହି ପ୍ରସ୍ତାବରେ ଖୁସି ନାହାନ୍ତି । ତାଙ୍କ କହିବା ଅନୁସାରେ ଟ୍ରମ୍ପ ନିଜ ହିସାବରେ ସବୁ କିଛି ନିର୍ଦ୍ଧାରଣ କରିପାରିବେ ନାହିଁ ।

By amfnews

Related Post