Sat. Mar 7th, 2026

ଆମେରିକାରେ ଆପ୍ ବ୍ୟାନ ପାଇଁ ନିର୍ଦ୍ଦେଶ ପରେ ଟିକଟକ ସିଇଓ କେଭିନ ମେୟରଙ୍କ ଇସ୍ତଫା

197 Views

ନୂଆଦିଲ୍ଲୀ, ଅଗଷ୍ଟ ୨୭ : ଆମେରିକାରେ ଆପ୍ ବ୍ୟାନ ପାଇଁ ନିର୍ଦ୍ଦେଶ ପରେ ଚାଇନା ଆପ୍ ଟିକଟକର ସିଇଓ କେଭିନ ମେୟର ଇସ୍ତଫା ଦେଇଥିବା ସୂଚନା ମିଳିଛି  । ଗତ କିଛି ସପ୍ତାହ ଧରି ଆମେରିକା ଟିକଟକ୍ ଉପରେ ନିଷେଧାଦେଶ ଜାରି କରିଥିବା ଆଲୋଚନା ଜୋର ଧରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ କମ୍ପାନୀ ଆମେରିକୀୟ ଆପ୍ ବ୍ୟବସାୟ ବିକ୍ରୟ କରିବ କିମ୍ବା ଏହି ଆପ ଉପରେ ପ୍ରତିବନ୍ଧକ ଲଗାଯିବ।

ସୂଚନାଯୋଗ୍ୟ ଯେ କେଭିନ ମେୟର ଚାରି ମାସ ପୂର୍ବରୁ ଟିକଟକର ସିଇଓ ହୋଇଥିଲା। ଏହାପୂର୍ବରୁ ସେ ଡିସ୍ନିର ବରିଷ୍ଠ କାର୍ଯ୍ୟନିର୍ବାହୀ ଥିଲେ।

କେଭିନ କହିଛନ୍ତିଗତ କିଛି ସପ୍ତାହ ମଧ୍ୟରେ ରାଜନୈତିକ ବାତାବରଣରେ ବହୁତ ପରିବର୍ତ୍ତନ ହୋଇଛି । ମୁଁ ଯେଉଁ ପରିବର୍ତ୍ତନ କରିବାକୁ ଚାହୁଁଥିଲିସେଥିରେ ମୋର ଆବଶ୍ୟକତା ଥିଲା । ତେଣୁ ମୋତେ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରଖାଯାଇଥିଲା।

ସେପଟେ ଟିକଟକ ମୁଖପାତ୍ର କହିଛନ୍ତି ଯେ କେଭିନ ମେୟରଙ୍କ ନିଷ୍ପତ୍ତିକୁ କମ୍ପାନୀ ସମ୍ମାନ ଜଣାଇଛି । ଏହା ମଧ୍ୟ କୁହାଯାଇଛି ଯେ ଗତ କିଛି ମାସ ମଧ୍ୟରେ ଆପକୁ ନେଇ ରାଜନୈତିକ ଗତିଶୀଳତା ବଦଳିଛି।

ଗତ କିଛି ମାସ ଧରି ଆମେରିକାରେ ଟିକଟକ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବାର ଭୟ ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ କହିଛନ୍ତି ଯେ କମ୍ପାନୀ 90 ଦିନ ମଧ୍ୟରେ ନିଜସ୍ବ ଆପର ବ୍ୟବସାୟ ବିକ୍ରୟ କରିବ  ।

ଯଦି ଏହା 90 ଦିନ ମଧ୍ୟରେ ବିକ୍ରି ହୋଇନଥାଏତେବେ ବି ମଧ୍ୟ ଟିକଟିକ ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବ । ନିକଟରେ ଟିକଟକ୍ ମଧ୍ୟ ନିଶ୍ଚିତ କରିଛି ଯେ କମ୍ପାନୀ ଏହି ଆମେରିକା ରାଷ୍ଟ୍ରପତିଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିବ ଏବଂ ସେମାନଙ୍କ ବିରୋଧରେ ମକଦ୍ଦମା ଦାୟର କରିବ।

ସୂଚନାଯୋଗ୍ୟ, କାଲିଫର୍ଣ୍ଣିଆସ୍ଥିତ ଟିକଟକ କମ୍ପାନୀ ଏବଂ ବାଇଟ୍ ଡାନ୍ସକୁ ହ୍ବାଇଟହାଉସରେ ପ୍ରତ୍ୟାଖ୍ୟାନ କରି ଏହାକୁ ଜାତୀୟ ସୁରକ୍ଷା ବିପଦ ବୋଲି କହିଛି ଏବଂ ଟିକଟକର ଆମେରିକାର ଉପଭୋକ୍ତା ତଥ୍ୟର ଗୋପନୀୟତା ତଥା ସୁରକ୍ଷା ପାଇଁ ସେମାନେ ଅସାଧାରଣ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି।

ନଭେମ୍ବର ରେ ହେବାକୁ ଥିବା ପ୍ରାଥମିକ ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଟିକଟକ ନିଷେଧ ଆହ୍ବାନ ଦେଇଛନ୍ତି  ।

By amfnews

Related Post