Thu. Dec 26th, 2024

ଆମାଜନର ସିଇଓ ପଦରୁ ଇସ୍ତଫା ଦେଲେ ଜେଫ୍ ବେଜୋସ୍‌, ଆଣ୍ଡି ଜେସୀଙ୍କୁ ମିଳିଲା ଦାୟିତ୍ୱ

By amfnews Feb 3, 2021 #Featured
229 Views

ୱାଶିଂଟନ, ଫେବୃଆରୀ ୦୩ : ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜେଫ୍ ବେଜୋସ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଚଳିତ ବର୍ଷ ଶେଷ ସୁଦ୍ଧା ପଦ ଛାଡ଼ିବେ । ବେଜୋସ ଏକ ଚିଠି ଲେଖି ନିଜର କର୍ମଚାରୀଙ୍କୁ ଏହି ନିଷ୍ପତ୍ତି ସଂପର୍କରେ ଅବଗତ କରିଛନ୍ତି । ମଙ୍ଗଳବାର ଲେଖିଥିବା ପତ୍ରରେ ସେ କହିଛନ୍ତି ଯେ, ସେ କଂପାନୀରେ ସିଇଓ ଭୂମିକା ଛାଡ଼ିବେ । ତାଙ୍କ ସ୍ଥାନରେ ଆଣ୍ଡି ଜେସୀଙ୍କୁ ସିଇଓ କରାଯାଇଛି । 

ଜେଫ ବେଜୋସ ଚିଠିରେ ଲେଖିଛନ୍ତି ଯେ, ମୁଁ ଏହା ଘୋଷଣା କରି ଉତ୍ସାହିତ ଅଛି ଯେ, ଆମାଜନ କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ତୁଲାଇବି ଏବଂ ଆଣ୍ଡି ଜେସି କଂପାନୀର ନୂଆ ସିଇଓ ହେବେ । ଜେସୀ ବର୍ତ୍ତମାନ ଆମାଜନ ୱେବ ସର୍ଭିସର ପ୍ରମୁଖ ଅଟନ୍ତି । ବେଜୋସ ଏହି ଘୋଷଣା ଏଭଳି ସମୟରେ କରିଛନ୍ତି, ଯେତେବେଳେ ଆମାଜନ ୨୦୨୦ ଡିସେମ୍ବର ୩୧ରେ ନିଜର ୪ର୍ଥ ତ୍ରୟମାସିକ ଲାଗି ଆର୍ଥିକ ଫଳାଫଲ ଜାରି କରାଯାଇଛି । କଂପାନୀ ଶେଷ ତିନିମାସରେ ୧୦୦ ବିଲିୟନ ଡଲାର ବିକ୍ରି କରିଛି ।  

ଜେଫ୍ ବେଜୋସ୍ ଆମାଜନକୁ ଏକ ଷ୍ଟାର୍ଟଅପ ଭାବେ ୧୯୯୫ରେ ଶୁଭାରମ୍ଭ କରିଥିଲେ । ଆଜି ଏହା ବିଶ୍ୱର ସର୍ବବୃହତ୍ତ ଇ-କମର୍ସ କଂପାନୀ ଭାବେ ଉଭା ହୋଇଛି । ସେ ପତ୍ରରେ ଲେଖିଛନ୍ତି ଯେ, ମୁଁ ନିଜର ଏହି ନୂଆ ଭୂମିକାରେ ନିଜର ପୂରା ଶକ୍ତି ଲଗାଇ କାମ କରିବି । ସେହିପରି ଉତ୍ପାଦନ ବୃଦ୍ଧି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବି । ଆଣ୍ଡି ଭଳି ଜଣେ ବ୍ୟକ୍ତିଙ୍କ ଉପରେ ମୋର ପୂରା ଭରସା ଯେ, ସେ ଜଣେ ଉକୃଷ୍ଟ ଲିଡର ଭାବେ ନିଜକୁ ପ୍ରମାଣିତ କରିପାରିବେ । 

By amfnews

Related Post