Sun. Mar 8th, 2026

ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ଓଲଟା ମନ୍ତବ୍ୟକୁ ନେଇ ଚର୍ଚ୍ଚା

246 Views

ଅମରବାତୀ: ଅତି ଉତ୍ସାହ ଯୋଗୁ ଭାଷଣ ଦେବା ବେଳେ ଜିଭ ଖସିଯାଇ ଓଲଟା କଥା କହିଥିବାରୁ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି ଆନ୍ଧ୍ର ପ୍ରଦେଶର ମହିଳା ଉପମୁଖ୍ୟମନ୍ତ୍ରୀ ପି.ପୁଷ୍ପା ଶ୍ରୀବାନୀ । ଗତକାଲି ଆନ୍ଧ୍ରପ୍ରଦେଶର ଏହି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ତାଙ୍କ ସରକାରର ଗୋଟିଏ ଲକ୍ଷ୍ୟ ଓ ତାହା ହେଉଛି ଆନ୍ଧ୍ରପ୍ରଦେଶରେ ଦୂର୍ନୀତିପୂର୍ଣ୍ଣ ଶାସନ ଚଳାଇବା। ଏକ ସାମ୍ୱାଦିକ ସମ୍ମିଳନୀରେ ସେ ଏଭଳି କଥା କହି ହରଡ଼ଘଣାରେ ପଡ଼ିଛନ୍ତି। ପ୍ରକୃତରେ ସେ କହିବାକୁ ଚାହୁଁଥିଲେ ଯେ ତାଙ୍କ ସରକାରର ଲକ୍ଷ୍ୟ ହେଉଛି ଦୂର୍ନୀତିମୁକ୍ତ ଶାସନ ଚଳାଇବା।

ଉପମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ବିରୋଧୀ ଦଳ ତେଲଗୁ ଦେଶମ ପାର୍ଟି ନିଜ ଟ୍ୱିଟର ହ୍ୟାଣ୍ଡଲରେ ପରିହାସ କରି କହିଛନ୍ତି, ‘ମ୍ୟାଡାମ୍(ଉପମୁଖ୍ୟମନ୍ତ୍ରୀ) ଧନ୍ୟବାଦ, ତାଙ୍କର ସରକାରର ଅସଲ ଉଦ୍ଦେଶ୍ୟ କହିଥିବାରୁ’।

ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ୧୫୧ ଆସନ ଜିତିବା ପରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ନିଜ ସରକାରରେ ୫ ଉପମୁଖ୍ୟମନ୍ତ୍ରୀଙ୍କୁ ସାମିଲ କରିଛନ୍ତି। ଯେଉଁଥିରେ ପି. ପୁଷ୍ପା ମଧ୍ୟ ରହିଛନ୍ତି।

By amfnews

Related Post