Sat. Apr 26th, 2025

 ଆଦିବାସୀ ମହିଳାଙ୍କ ହତ୍ୟା ଅଭିଯୋଗ ନେଇ ପୁଲିସ ଉପରକୁ ଆଙ୍ଗୁଳି

272 Views

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ବାରୁଆଁ ପଞ୍ଚାୟତ ଉଦୟଗିରି ଗ୍ରାମରେ ଏକ ମହିଳାଙ୍କ ମୃତ୍ୟୁ କୁ ନେଇ ପୁଲିସ ଉପରେ ଆଙ୍ଗୁଳି ଉଠିଛି  । ୨୦୧୬ ମସିହା ପଣ୍ଡୁଆ ମହାବିଦ୍ୟାଳୟରେ  ଦୁଶାସନ ଭୋଇଙ୍କ ଝିଅ ରୁନୁବାଳା ଭୋଇ (୨୨)  ଅଧ୍ୟୟନ କରୁଥିବା ବେଳେ କାମାକ୍ଷାନଗର ଥାନା ଅନ୍ତର୍ଗତ ନୁଆ ଆଳୁତୁମା ଗ୍ରାମର  ଆନନ୍ଦ ଷେଣ୍ଢଙ୍କ ପୁଅ କାଳଆ (ଲିପୁ) ଷେଣ୍ଢ (୨୮) ତାଙ୍କୁ   ବିବାହର ପ୍ରତିଶୃତି ଦେଇ ତା ସହିତ ପ୍ରେମ ସମ୍ପର୍କ ଗଢିଥିଲା ।

ପିରବାର ବିରୋଧ ସତ୍ତେ୍ୱ ତାକୁ ପରମୁହୂର୍ତ୍ତରେ ବିବାହ କରିବାପରେ ଉଦୟଗିରିରେ ଥିବା ନିଜ ଶ୍ୱଶୁର ଘରେ ରହୁଥିଲା  । ଗତ ଶନିବାର ଦିନ ରୁନୁଙ୍କୁ ସଂକଟାପନ୍ନ ଅବସ୍ଥାରେ ଗ୍ରାମନିକଟସ୍ଥ ଜଙ୍ଗଲରୁ ଉଦ୍ଧାର ହେବାପରେ ପ୍ରକୃତ ଘଟଣା ଜଣାପଡିଥିଲା  । କ୍ଷତବିକ୍ଷତ ରୁନୁଙ୍କୁ ଜଙ୍ଗଲ ମଧ୍ୟରୁ ତାଙ୍କ ଖୁଡି ଉଦ୍ଧାର କରିଥିଲେ । କାମାକ୍ଷାନଗର ଚିକିତ୍ସାଳୟକୁ ଆଣୁଥିବା ସମୟରେ ତାର  ସ୍ୱାମୀ ତାକୁ ମରଣାନ୍ତକ ଆକ୍ରମଣ କରିଥିବା ନିଜର ବୟାନ ଦେଇଥିବା ଅଭିଯୋଗ ଉଠିଛି ।

ଉକ୍ତ ଘଟଣା ପରେ ସ୍ୱାମୀ କାଳିଆ ଫେରାର ହୋଇଯିବାପରେ ପୁଲିସ ଏହାକୁ ଅପମୃତ୍ୟୁ ମାମଲା ରୁଜୁ କରି ତୁମୁସିଂହା ଥାନା ଅଧିକାରୀ ଏବଂ ଫାଣ୍ଡି ଅଧିକାରୀ ମୃତ ରୁନୁଙ୍କ ବାପା ମାଆ ମାନସିକ ବିକୃତ ହୋଇଥିବାରୁ କେସ୍ ଦବାଇ ଦେବାପାଇଁ ଉଦ୍ୟମ କରୁଥିବା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମୃତ ଦେହରେ କ୍ଷତ ବିକ୍ଷତ ଚିହ୍ନ ଥିଲେ ସୁଦ୍ଧା କିପରି ଏହାକୁ ବିନା ତଦନ୍ତରେ ଅପମୃତ୍ୟୁ ରୁଜୁ କରାଗଲା ଜିଲ୍ଲା ଆଦିବାସୀ ଦଳିତ ମହାସଂଘ ଦାବି କରିଛି ।

Related Post