Sun. Jun 8th, 2025

ଆତତାୟୀଙ୍କୁ କ୍ଷମା ଦେଇଛନ୍ତି ବୋଲି କହିଲେ ହତ୍ୟା କରାଯାଇଥିବା ସାଉଦୀ ସାମ୍ବାଦିକ ଜମାଲ୍ ଖ‌େଶୋଗିଙ୍କ ପୁଅ

By amfnews May 22, 2020 #Featured
193 Views

ରିୟାଦ୍: ପିତାଙ୍କର ହତ୍ୟାକାରୀଙ୍କୁ କ୍ଷମା ଦେଇଛନ୍ତି ବୋଲି ହତ୍ୟା କରାଯାଇଥିବା ସାଉଦୀ ସାମ୍ବାଦିକ ଜମାଲ୍‌ ଖଶୋଗିଙ୍କ ପୁଅମାନେ ଶୁକ୍ରବାର ଦିନ କହିଛନ୍ତି।

ୱାସିଂଟନ୍ ପୋଷ୍ଟ୍‌ର ସ୍ତମ୍ଭକାର ଜମାଲ୍‌ଙ୍କ ପୁତ୍ର ସଲାହ୍ ଖଶୋଗି ଟୁଇଟ୍ କରି ଲେଖିଛନ୍ତି, ଆମେ ସହିଦ ଜମାଲ୍ ‌ଖଶୋଗିଙ୍କ ପୁତ୍ରମାନେ ଘୋଷଣା କରୁଛୁ କି, ଯେଉଁମାନେ ଆମ ପିତାଙ୍କୁ ହତ୍ୟା କରିଛନ୍ତି, ସେମାନଙ୍କୁ କ୍ଷମା ଦେଉଛୁ।

ସମ୍ପ୍ରତି ସାଉଦି ଆରବରେ ବାସ କରୁଥିବା ସଲାହ୍‌ଙ୍କ ଘୋଷଣାର ଆଇନଗତ ପ୍ରତିକ୍ରିୟା ସମ୍ବନ୍ଧରେ ଏବେ ହଠାତ୍ କିଛି ସ୍ପଷ୍ଟ ହୋଇନାହିଁ।

ସାଉଦୀ ରାଜପରିବାର ଭିତରର ବ୍ୟକ୍ତି ହୋଇ ମଧ୍ୟ ଖଶୋଗି ସେମାନଙ୍କର ସମାଲୋଚନା କରୁଥିଲେ। ୨୦୧୮ ମସିହା ଅକ୍ଟୋବର ୨ ତାରିଖ ଦିନ ଇସ୍ତାନବୁଲରେ ଥିବା ସାଉଦି ଆରବ ଦୂତାବାସରେ ତାଙ୍କୁ ହତ୍ୟା କରାଯାଇ ଖଣ୍ଡବିଖଣ୍ଡ କରାଯାଇଥିଲା। ଏହି ଅଭିଯାନରେ ରିୟାଦ୍‌ର ୧୫ ଜଣ ଏଜେଣ୍ଟ୍ ସାମିଲ ହୋଇଥିଲେ। ତାଙ୍କର ଦେହାବଶେଷର ସନ୍ଧାନ ମିଳି ନ ଥିଲା।

ଏହି ଘଟଣାରେ ଅଭିଯୁକ୍ତ କରାଯାଇଥିବା ୧୧ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡ‌ାଦେଶ ହୋଇଥିଲା। ତିନି ଜଣଙ୍କୁ ସମୁଦାୟ ୨୪ ବର୍ଷ କାରାଦଣ୍ଡା‌ ଦେଶ ହୋଇଥିବା ବେଳେ ଅନ୍ୟମାନଙ୍କୁ ଦୋଷମୁକ୍ତ କରାଯାଇଥିଲା। ଡିସେମ୍ବର ମାସରେ ପବ୍ଲିକ୍ ପ୍ରୋଜେକ୍ୟୁଟର୍ ଏ କଥା ଘୋଷଣା କରିଥିଲେ।

ପୂର୍ବରୁ ସଲାହ୍ କହିଥ‌ିଲେ ଆଇନ ବ୍ୟବସ୍ଥା ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି। କିନ୍ତୁ, ଏଥିପାଇଁ ସେ ସମାଲୋଚିତ ହୋଇଥିଲେ। ୱାସିଂଟନ୍ ପୋଷ୍ଟ୍ ପୁଣି ଲେଖିଥିଲା ଯେ ସଲାହ୍‌ଙ୍କ ସମେତ ଖଶୋଗିଙ୍କ ପିଲାମାନଙ୍କୁ ସାଉଦୀ ଆରବ ସରକାରୀ କର୍ତ୍ତୃପକ୍ଷ ମଲ୍ଟିମିଲିୟନ୍ ଡଲାର୍ ମୂଲ୍ୟର ବାସଗୃହ ଦେଇଛନ୍ତି ଏବଂ ମାସକୁ ମାସ ହଜାର ହଜାର ଡାଲାର ଦେଉଛନ୍ତି।

କିନ୍ତୁ, ଏହି ରିପୋର୍ଟକୁ ସଲାହ୍ ଖଣ୍ଡନ କରିଥିଲେ।

By amfnews

Related Post