Fri. Mar 6th, 2026

ଆଜି ହରିଆଣାରେ ନୂତନ ଅମ୍ଳଜାନ କାରଖାନା ଓ ୫୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଡାକ୍ତରଖାନାର ଶୁଭାରମ୍ଭ କେନ୍ଦ୍ରମନ୍ତ୍ରୀ

328 Views

ହରିଆଣା, ମେ ୧୬ :

କରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବା ପାଇଁ ଭାରତର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ବିଭିନ୍ନ ମନ୍ତ୍ରାଳୟ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଆଜି ହରିୟାଣାରେ ମୁଖ୍ୟମନ୍ତ୍ରୀ ଏମ୍.ଏଲ୍ ଖଟ୍ଟର ଏବଂ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ନୂତନ ଅମ୍ଳଜାନ କାରଖାନା ଏବଂ ୫୦୦ ଶଯ୍ୟା ବିଶିଷ୍ଟ ଏକ ଅସ୍ଥାୟୀ ଡାକ୍ତରଖାନାର ଶୁଭାରମ୍ଭ କରିବେ। 

ହରିୟାଣା ପାନିପତ ରିଫାଇନାରୀଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଦେଶର ବିଭିନ୍ନ ରାଜ୍ୟରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରାଳୟ ଦ୍ୱରା ଅକ୍ସିଜେନ ପ୍ଲାଣ୍ଟ ପ୍ରସ୍ତୁତ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ପରେ ଯୁଦ୍ଧ କାଳୀନ ଭିତ୍ତିରେ ଅନେକ ସ୍ଥାନରେ ଏହି ପ୍ଲାଣ୍ଟ ପ୍ରସ୍ତୁତ ହୋଇଛି।

By amfnews

Related Post