Sun. Jan 12th, 2025

ଆଜି ଶିଶୁଦିବସ, ପଣ୍ଡିତ ନେହେରୁଙ୍କ ୧୨୯ତମ ପୁଣ୍ୟ ଜୟନ୍ତୀ

By amfnews Nov 14, 2018 #Featured
750 Views

ଭୁବନେଶ୍ୱର, ନଭେମ୍ବର ୧୪: ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ସାରା ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ । ଆଜି ଏହି ମହାନ ଆତ୍ମାଙ୍କର ୧୨୯ତମ ପୁଣ୍ୟ ଜୟନ୍ତୀ । ଶିଶୁମାନଙ୍କର ସୁରକ୍ଷା ଓ ସମୃଦ୍ଧି ପ୍ରତି ଯତ୍ନବାନ ଥିବା ନେହେରୁ ଶିଶୁମାନଙ୍କ ପ୍ରତି ରଷ୍ଟ୍ରୀୟ ସଚେତନତା ବୃଦ୍ଧି ପାଇଁ ନିଜ ଜନ୍ମଦିନଟିକୁ ଶିଶୁଦିବସ ଭାବରେ ନାମିତ କରିଥିଲେ ।

୧୮୮୯ ମସିହା ନଭେମ୍ବର ୧୪ରେ ଜନ୍ମଗ୍ରହଣ କରଥିବା ନେହେରୁ ବିଦେଶରୁ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ ନିଜ ଦେଶପ୍ରତି ତାଙ୍କର ଅଗାଧ ପ୍ରେମ ରହିଥିଲା । ଲଣ୍ଡନରୁ ଆଇନ ଶିକ୍ଷା ସମାପ୍ତ କରିବା ପରେ ପିତାଙ୍କ ପରି ସେ ଆଇନକୁ ତାଙ୍କର ପେଷା ଭାବରେ ଗ୍ରହଣ କରିବାକୁ ମନସ୍ଥ କରିଥିଲେ । କିନ୍ତୁ ସେ ସମୟର ପରାଧୀନ ଭାରତ ପ୍ରତି ତାଙ୍କ ମନ ସବୁବେଳେ ଆନ୍ଦୋଳିତ ହେଉଥିଲା । ସେ ସ୍ୱାଧିନତା ସଂଗ୍ରାମରେ ଝାସ ଦେଇ ଅନେକ ଥର କ।ରାବାରଣ କରିଥିଲେ । ସେ ଜଣେ ଉଚ୍ଚକୋଟୀର ଆଇନଜ୍ଞ ସାଂଗକୁ ଜଣେ ରଷ୍ଟ୍ରନୀତିଜ୍ଞ ଭାବରେ ବେଶ ଜଣାଶୁଣା ।

ଆଜିର ଶିଶୁ କାଲିର ନାଗରିକ । ସେମାନଙ୍କୁ ଇଶ୍ୱରଙ୍କ ପ୍ରତିରୂପ ଭାବରେ ନେହେରୁ ବିଚାର କରି ଆସୁଥିଲେ । ତେଣୁ ଦେଶମାତୃକାର ନିର୍ମାଣରେ ଶିଶୁମାନଙ୍କର ଶାରୀରିକ ଓ ମାନସିକ ଅଗ୍ରଗତିର ଆବଶ୍ୟକତା ରହିଥିବା ନେଇ ନେହେରୁ ସଦାସର୍ବଦା ଧ୍ୟାନ ଦେଇ ଆସୁଥିଲେ । ଶିଶୁମାନେ ଶାରିରୀକ ଓ ମାନସିକ ସ୍ତରରେ କିପରି ପରିପୃଷ୍ଟ ହେବେ ସେ ନେଇ ସେ ଆହ୍ୱାନ କରି ଆସୁଥିଲେ । ଶିଶୁମାନଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଥିଲା । ନେହେରୁ ଶିଶୁଙ୍କର ସାକ୍ଷରତା ଉପରେ ଗୁରୁତ୍ୱ ଦେବା ସହ ସେମାନଙ୍କୁ ପୃଷ୍ଟିହୀନତାରୁ ରକ୍ଷା କରିବାକୁ ବିଶେଷ ଧ୍ୟାନ ଦେଉଥିଲେ ।

ନବଭାରତ ନିର୍ମାତା ଭାବରେ ଜବାହରଲାଲ ନେହେରୁ ଜଣାଶୁଣା ।  ସେ ଶିଶୁପ୍ରିୟ ଓ ଶିଶୁବତ୍ସଳ ଥିଲେ । ଶିଶୁମାନଙ୍କ ସହ ସମୟ ଅତିବାହିତ କରିବାକୁ ସେ ଖୁବ ଭଲ ପାଉଥିଲେ । ତେଣୁ ସେ ସମସ୍ତଙ୍କର ପ୍ରିୟ ଚାଚା ନେହେରୁ ଭାବରେ ପରିଚିତ ଥିଲେ ।

By amfnews

Related Post