Sun. Feb 23rd, 2025

ଆଜି ବି ସାରା ରାଜ୍ୟରେ ଅସହ୍ୟ ଶୀତ, ୧୦ ଡିଗ୍ରି ତଳେ ରହିଛି ୧୬ଟି ସହରର ତାପମାତ୍ରା

By amfnews Dec 30, 2019 #Featured
136 Views

ଭୁବନେଶ୍ୱର: ଆଜି ବି ସାରା ରାଜ୍ୟରେ ଅସହ୍ୟ ଶୀତ ଅନୁଭୂତ ହେଉଥିବା ଜଣାଯାଇଛି। ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ଶୀତ ହେଉଛି। ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ହେଲା ତୁଷାରପାତ ଲାଗିରହିଛି। ରାତିରେ ଥଣ୍ଡାର ପ୍ରକୋପ ଏତେ ଅଧିକ ରହୁଛି ଯେ ଲୋକ ଘରୁ ବାହାରିବାକୁ ଡରୁଛନ୍ତି। ଓଡ଼ିଶାରେ ଲୋକ କାଶ୍ମୀର ଭଳି ଥଣ୍ଡା ଅନୁଭବ କରୁଛନ୍ତି। ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ଯେ ଆଉ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବ।

ଗତକାଲି ଭଳି ଆଜି ମଧ୍ୟ ରାଜ୍ୟର ସୋନପୁର ଜିଲ୍ଲାରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଆଜି ସକାଳ ସାଢ଼େ ୮ଟା ବେଳକୁ ଏଠାକାର ସର୍ବନିମ୍ନ ତାପମାତ୍ରା ଥିଲା ୫.୪ ଡିଗ୍ରି ସେଲସିଅସ୍। ତୃତୀୟ ଦିନ ପାଇଁ ଆଜି ବି ସୋନପୁର ସବୁଠୁ ଥଣ୍ଡା ସହର ବିବେଚିତ ହୋଇଛି।

ଏହାଛଡ଼ା ଆଜି ରାଜ୍ୟର ୧୬ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ ସାଢ଼େ ୮ଟା ବେଳକୁ ଅନୁଗୁଳରେ ୫.୬ ଡିଗ୍ରି ସେଲସି୍ଅସ୍, କନ୍ଧମାଳରେ ୬.୩ ଡିଗ୍ରି ସେଲସି୍ଅସ୍, ଟିଟିଲାଗଡ଼ରେ ୬.୫ ଡିଗ୍ରି ସେଲସି୍ଅସ୍, ଦାରିଙ୍ଗବାଡିରେ ୭ ଡିଗ୍ରି ସେଲସି୍ଅସ୍, କେନ୍ଦୁଝରରେ ୭.୪ ଡିଗ୍ରି ସେଲସି୍ଅସ୍, ବଲାଙ୍ଗିର, ବାଲେଶ୍ବର ଓ ସୁନ୍ଦରଗଡ଼ରେ ୮.୫ ଡିଗ୍ରି ସେଲସି୍ଅସ୍, ଭବାନୀପାଟଣାରେ ୯ ଡିଗ୍ରି ସେଲସି୍ଅସ୍, କୋରାପୁଟରେ ୯.୨ ଡିଗ୍ରି ସେଲସି୍ଅସ୍, ତାଳଚେର ଓ ବାରିପଦା ୯.୪ ଡିଗ୍ରି ସେଲସି୍ଅସ୍, କଟକରେ ୯.୫ ଡିଗ୍ରି ସେଲସି୍ଅସ୍, ପୁରୀରେ ୧୩ ଡିଗ୍ରି ସେଲସି୍ଅସ୍,  ଭୁବନେଶ୍ବର ଓ ହୀରାକୁଦରେ ୧୦.୬ ଡିଗ୍ରି ସେଲସି୍ଅସ୍ ତାପମାତ୍ରା ଥିବା ଜଣାଯାଇଛି।

By amfnews

Related Post