Tue. Mar 11th, 2025

ଆଜି ବନ୍ଦ ହେବ ସାବରୀମାଳା ମନ୍ଦିର ଫାଟକ; ଏ ପର୍ଯ୍ୟନ୍ତ ୧୨ ଜଣ ମହିଳାଙ୍କୁ ଛଡ଼ା ଯାଇନାହିଁ

By amfnews Oct 22, 2018 #Featured
131 Views

ପାମ୍ବା, ଅକ୍ଟୋବର, ୨୨: ମାସିକ ପୂଜାର୍ଚ୍ଚନା ଶେଷ ହେବାରୁ ସୋମବାର ଦିନ ଦର୍ଶନାର୍ଥୀମାନଙ୍କ ନିମନ୍ତେ କେରଳର ସାବରୀମାଳା ମନ୍ଦିର ଫାଟକ ବନ୍ଦ ରଖାଯିବ। ମାସକୁ ୫ ଦିନ ସକାଶ ପ୍ରଭୁ ଆୟାପ୍ପାଙ୍କ ମନ୍ଦିର ଖୋଲା ହୁଏ।

ଋତୁମତୀ ବୟସ ବର୍ଗ ୧୦-୫୦ ବର୍ଷ ବୟସ୍କା ନାରୀମାନଙ୍କ ନିମନ୍ତେ ସାବରୀମାଳା ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଥିବା ନିଷିଦ୍ଧାଦେଶକୁ ଗତ ମାସରେ ସୁପ୍ରିମ୍‌ କୋର୍ଟ ଉଠାଇ ଦେଇଥିଲେ। ଫଳରେ ପ୍ରଭୁ ଆୟାପ୍ପାଙ୍କ ଭକ୍ତମାନଙ୍କ ମଧ୍ୟରେ ବିରୋଧ ପ୍ରବଳ ହୋଇଥିଲା।

ଶତାଧିକ ବର୍ଷ ପୁରାତନ ନିଷିଦ୍ଧାଦେଶକୁ ସୁପ୍ରିମ୍‌ କୋର୍ଟ ଉଠାଇ ଦେବା ପରେ ମାସିକ ପୂଜା ନିମନ୍ତେ ମନ୍ଦିର ଫାଟକ ଖୋଲାଯିବାରେ ସୋମବାର ହେଉଛି ଷଷ୍ଠ ଦିବସ।

ରବିବାର ଦିନ ସାବରୀମାଳା ମନ୍ଦିରକୁ ଅନ୍ୟୂନ ୬ ଜଣ ମହିଳାଙ୍କୁ ଛଡ଼ା ଯାଇ ନ ଥିଲା। ଜଣେ ୪୭ ବର୍ଷ ବୟସ୍କା ମହିଳା ଦିଅଁବେଦୀ ନିକଟରେ ଥିବା ନାଟମଣ୍ଡପରେ ପହଞ୍ଚିଥିଲେ, କିନ୍ତୁ ଭକ୍ତମାନେ ସ୍ୱାମୀୟେ ଶରଣମ୍‌ ଆୟାପ୍ପା କହି ତାଙ୍କୁ ଅଟକାଇ ଥିଲେ। ଅନ୍ୟ ପାଞ୍ଚ ଜଣଙ୍କୁ ପାହାଡ଼ ଉପରକୁ ଉଠିବା ବାଟରେ ଅଟକା ଯାଇଥିଲା।

ଗତ କିଛି ଦିନ ହେବ ପର୍ବତ ଏବଂ ପାମ୍ବାରେ ଅନର୍ଗଳ ବର୍ଷା ସତ୍ତ୍ୱେ ମନ୍ଦିର ମଧ୍ୟକୁ ଯାତ୍ରୀଙ୍କର ସୁଅ ଛୁଟିଥିଲା।

ଶୁକ୍ରବାର ଦିନ ମନ୍ଦିରକୁ ପ୍ରବେଶ କରିବାକୁ ଉଦ୍ୟମ କରି ଲକ୍ଷ ଲକ୍ଷ ହିନ୍ଦୁମାନଙ୍କର ଭାବାବେଗକୁ ଆଘାତ ଦେଇଥିବା ସାମାଜିକ କର୍ମୀ ରେହାନା ଫାତିମାଙ୍କୁ ମୁସଲମାନ ସମ୍ପ୍ରଦାୟରୁ ବାସନ୍ଦ କରାଯାଇଛି।

ସିପିଆଇ (ଏମ୍‌) ପଲିଟିବ୍ୟୁରୋର ସଦସ୍ୟ ଏସ୍‌ ରାମଚନ୍ଦ୍ର ପିଲ୍ଲାଇ ଦାବି କରିଛନ୍ତି ଯେ ସଂଖ୍ୟା ଲଘୁ ଭକ୍ତମାନେ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ବିରୋଧ କରୁଥିଲେ। ସେମାନଙ୍କ ପ୍ରତି ସମଗ୍ର କେରଳ ସମାଜର ସମର୍ଥନ ନାହିଁ।

By amfnews

Related Post