Thu. Dec 26th, 2024
162 Views

ପୁରୀ :  ଆଜି ପବିତ୍ର ମହାଳୟା ଅମାବାସ୍ୟା। ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦେବାର ପରମ୍ପରା ରହିଛି । ଏହି ଅବସରରେ ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଲାଗି ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଛି। ଶ୍ରୀମନ୍ଦିର ବାଇଶିପାହାଚରେ କିଛି ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରୁଥିବା ବେଳେ ଆଉ କିଏ ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ କରୁଛନ୍ତି।

ପିତୃପକ୍ଷରେ ବିଶେଷକରି ପିତା,ପିତାମହ,ପ୍ରପିତାମହ,ମାତା,ପିତାମୟୀ, ପ୍ରପିତାମୟୀ, ମାତାମହ,ପ୍ରମାତାମହ ଓ ବୃଦ୍ଧ ଆଦିଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଛି। ପିତୃପକ୍ଷରେ ଶ୍ରୀମନ୍ଦିର ବାଇଶି ପାହାଚରେ ତିଳତର୍ପଣ କଲେ ପିତୃପୁରୁଷ ତୃପ୍ତି ଲାଭ କରିଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି।

By amfnews

Related Post