Sun. Dec 29th, 2024

ଆଜି ଦିପାବଳୀ : ଜାଣନ୍ତୁ ଏହା ପଛରେ ଥିବା କିମ୍ବଦନ୍ତୀ ଓ ପରମ୍ପରା

By amfnews Oct 27, 2019 #Featured
118 Views

ଭୁବନେଶ୍ବର : ଆଜି ହେଉଛି ଆଲୋକର ପର୍ବ ଦିପାବଳୀ । ଦିପାବଳୀ ଭାରତ ପ୍ରାୟ ଅଧିକାଂଶ ଅଂଚଳରେ ପାଳିତ ହେଉଥିବା ଏକ ସର୍ବଭାରତୀୟ ପର୍ବ । କିନ୍ତୁ ଅଂଚଳ ଅନୁସାରେ ଏହାର ପାଳନ ପଦ୍ଧତି ଓ ମାନ୍ୟତା ଅଲଗା ଅଲଗା ରହିଛି  । ଦିପାବଳୀ ସହିତ ଜଡିତ ଏକ ସାଧାରଣ ବିଶ୍ବାସ ହେଉଛି ଯେ ଏହି ଦିନ ଭଗବାନ ଶ୍ରୀରାମ ଲଙ୍କା ବିଜୟ ପରେ ଅଯୋଧ୍ୟା ଫେରିଥିଲେ । ଶ୍ରୀରାମଙ୍କ ଆସିବା ଖୁସିରେ ଅଯୋଧ୍ୟାବାସୀ ଦୀପ ଜାଳି ଉତ୍ସବ ପାଳନ କରିଥିଲେ । କିନ୍ତୁ ଦକ୍ଷିଣ ଭାରତରେ ଦିନକ ପୂର୍ବରୁ  ଅର୍ଥାତ ଚତୁର୍ଦ୍ଦଶୀ ଦିନଟିକୁ ଦିପାବଳୀ ଭାବେ ପାଳନ କରାଯାଏ ।  ପୁରାଣ ଅନୁସାରେ ଏହି ଦିନ ଭଗବାନ ଶ୍ରୀକୃଷ୍ଣ ପ୍ରବଳ ପ୍ରତାପୀ ନରକାସୁରକୁ ବଧ କରି ଧରିତ୍ରୀକୁ ତା ଅତ୍ୟାଚାରରୁ ମୁକ୍ତ କରିଥିଲେ । ଏହାକୁ ସେଥପାଇଁ ନରକ ଚତୁର୍ଦ୍ଦଶୀଭାବେ ପାଳନ କରାଯାଏ । ନରକ ଚତୁର୍ଦ୍ଦଶୀରେ ଯମରାଜା ଓ ଚିତ୍ରଗୁପ୍ତଙ୍କୁ ମଧ୍ୟ ପୂଜା କରାଯାଏ ।

ଓଡ଼ିଶାରେ ଦିପାବଳୀଦିନ ପିତୃଲୋକଙ୍କୁ ଶ୍ରାଦ୍ଧ ଦେବା ସହ ସଂଧ୍ୟାରେ ବଡବଡୁଆ ଡାକିବାର ପରମ୍ପରା ରହିଛି । ସେହିପରି ଉତ୍କଳ,ପଶ୍ଚିମ ବଙ୍ଗରେ ଦିପାବଳୀରେ କାଳିପୂଜା କରାଯାଏ । ସେହିପରି ଦିପାବଳୀରେ ଉତ୍ତରଭାରତ ଓ ପଶ୍ଚିମଭାରତରେ ମହାଲକ୍ଷ୍ମୀ ଓ ଗଶେଶଙ୍କ ପୂଜା କରାଯାଏ । ଦିପାବଳୀ ଦିନ ହିଁ ବିକ୍ରମ ସମ୍ବତର ପ୍ରଥମ ଦିନ । ଚଳିତବର୍ଷ ଦିପାବଳୀଠାରୁ ବିକ୍ରମ ସମ୍ବତ ୨୦୭୬ ଆରମ୍ଭ ହେବ ।

By amfnews

Related Post