Tue. Nov 5th, 2024

ଆଜି ଉଦ୍‌ଘାଟନ ହେବ ୧୦୦ କୋଟି ଟଙ୍କା ମୂଲ୍ୟର ଇଞ୍ଜିନ୍‌ ନ ଥିବା ଟ୍ରେନ୍‌

By amfnews Oct 29, 2018 #Featured
113 Views

ନୂଆଦିଲ୍ଲୀ,୨୯/୧୦ : ଅକ୍ଟୋବର ୨୯ ତାରିଖ ଦିନ ଭାରତୀୟ ରେଳବାଇ ଚଳାଇବାକୁ ଯାଉଛି ବହୁପ୍ରତୀକ୍ଷିତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସେମି-ହାଇସ୍ପିଡ୍‌ ଟ୍ରେନ୍‌। ଇଣ୍ଟର୍‌-ସିଟି ଟ୍ରାଭେଲ୍‌ ନିମିତ୍ତ ଉଦ୍ଦିଷ୍ଟ ଏହି ଟ୍ରେନ୍‌ର କୋଡ୍‌ ନେମ୍‌ ହେଉଛି ‘ଟେନ୍‌-ଏଇଟିନ୍‌’।

ଆଇସିଏପ୍‌ ଜେନେରାଲ୍‌ ମ୍ୟାନେଜର ଏସ୍‌. ମଣି କହିଛନ୍ତି: ଅକ୍ଟୋବର ୨୯ ତାରିଖ ଦିନ ଆମେ ଏହି ଟ୍ରେନ୍‌ ଉଦ୍‌ଘାଟନ କରିବାକୁ ଯୋଜନା କରିଛୁ। ଦୁଇ ମାସ ଧରି ଟ୍ରେନ୍‌ଟି ଦୁଇ/ ତିନିଟି ସେକ୍ଟର୍‌ରେ ପରୀକ୍ଷାମୂଳକ ଭାବେ ଯାତାୟାତ କରିବ। ସନ୍ତୋଷଜନକ ଫଳାଫଳ ମିଳିଲେ ତାହା ପାସେଞ୍ଜର୍‌ ସର୍ଭିସ୍‌ରେ ନିୟୋଜନ କରାଯିବ।

ସେଲ୍‌ଫ୍‌-ପ୍ରୋପେଲ୍‌ଡ୍‌ ଟ୍ରେନ୍‌ ‘ଟ୍ରେନ୍‌-ଏଇଟିନ୍‌’ (ଯେଉଁ ବର୍ଷ ତିଆରି ହୋଇଛି ସେହି ଅନୁସାରେ ନାମିତ) ଘଣ୍ଟାପ୍ରତି ୧୬୦ କି. ମି. ବେଗରେ ଯାତ୍ରା କରିବ। ଶେଷକୁ ଏହା ଭାରତୀୟ ରେଳବାଇ ନେଟ୍‌ଓ୍ଵାର୍କରୁ ଶତାବ୍ଦୀ ଏକ୍‌ସ୍‌ପ୍ରେସ୍‌ର ସ୍ଥାନ ଗ୍ରହଣ କରିବ।

‘ଟ୍ରେନ୍‌-ଏଇଟିନ୍‌’ ହେଉଛି ଶତପ୍ରତିଶତ ‘ମେକ୍‌ ଇନ୍‌ ଇଣ୍ଡିଆ’ ପ୍ରକଳ୍ପର। ଏହା ଚେନ୍ନାଇର ଇଣ୍ଟେଗ୍ରାଲ୍‌ କୋଚ୍‌ ଫ୍ୟାକ୍ଟ୍ରିରେ ତିଆରି କରାଯିବ। ୧୦୦ କୋଟି ଟଙ୍କା ମୂଲ୍ୟର ଏହି ଇଞ୍ଜିନ୍‌ରହିତ ଟ୍ରେନ୍‌ରେ ଲାଗିଛି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ କାର୍‌ ବଡି, ଯାହାର ବେସ୍‌ ଡିଜାଇନ୍‌ ହେଉଛି ଏଲ୍‌ଏଚ୍‌ବି।

ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଟ୍ରେନ୍‌ରେ ଚେୟାର୍‌-କାର୍‌ ଭଳି ବଗି ରହିବ। ସେଥିରୁ ଦୁଇଟି ହେଉଛି ଏକ୍‌ଜିକ୍ୟୁଟିଭ୍‌ ଚେୟାର୍‌ କାର୍‌ ଏବଂ ୧୪ଟି ନନ୍‌-ଏକ୍‌ଜିକ୍ୟୁଟ୍‌ ଚେୟାର୍‌ କାର୍‌। ଏକ୍‌ଜିକ୍ୟୁଟିଭ୍‌ ଚେୟାର୍‌ କାର୍‌ରେ ୫୬ ଜଣ ଯାତ୍ରୀ ଏବଂ ନନ୍‌-ଏକ୍‌ଜିକ୍ୟୁଟ୍‌ ଚେୟାର୍‌ କାର୍‌ରେ ୭୮ ଜଣ ଯାତ୍ରୀ ଯାଇ ପାରିବେ।

ସ୍ୱାଙ୍କି ଇଣ୍ଟେରିୟର୍‌ ଏବଂ ଓ୍ଵାର୍ଲଡ୍‌-କ୍ଲାସ୍‌ ସୁବିଧା ଥିବା ଏହି ଟ୍ରେନ୍‌ରେ ଇଣ୍ଟର୍‌-କନେକ୍‌ଟେଡ୍‌ ଫୁଲି ସିଲ୍‌ଡ୍‌ ଗ୍ୟାଙ୍ଗ୍‌େଓ୍ଵଜ୍‌, ରିଟ୍ରାକ୍‌ଟେବ୍ଲ୍‌ ଫୁଟ୍‌ଷ୍ଟେପ୍‌ ସହ ଅଟୋମେଟିକ୍‌ ଡୋର୍‌, ଅନ୍‌-ବୋର୍ଡ ଓ୍ଵାଇ-ଫାଇ ଏବଂ ଇମ୍ଫୋଟେନ୍‌ମେଣ୍ଟ୍‌, ଜିପିଏସ୍‌-ଭିତ୍ତିକ ପାସେଞ୍ଜର୍‌ ଇନ୍‌ଫର୍‌ମେସନ୍‌ ସିଷ୍ଟମ୍‌, ବାୟୋ-ଭ୍ୟାକୁମ୍‌ ସହ ମୋଡୁଲାର୍‌ ଟଏଲେଟ୍‌, ହାଲୋଜେନ୍‌ ମୁକ୍ତ ରବର୍‌-ଅନ୍‌-ରବର୍‌ ଫ୍ଲୋରିଙ୍ଗ୍‌, ରୋଟେସ୍‌ନାଲ୍‌ ସିଟ୍‌, ରୋଲର୍‌ ବ୍ଲାଇଣ୍ଡ୍‌ ଏବଂ ଡିଫିୟୁଜ୍‌ଡ୍‌ ଏଲ୍‌ଇଡି ଲାଇଟିଙ୍ଗ୍‌ ଆଦି ରହିଛି।

By amfnews

Related Post