Sun. Mar 8th, 2026

ଆଜିଠୁ ଭୁବନେଶ୍ୱରରେ ଆର୍‌ଏସ୍‌ଏସ୍‌ର ଅଖିଳ ଭାରତୀୟ କାର୍ଯ୍ୟକ୍ରମ

159 Views

ଭୁବନେଶ୍ୱର : ଆଜିଠୁ ଭୁବନେଶ୍ୱରରେ ଆର୍‌ଏସ୍‌ଏସ୍‌ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ୯ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ଏସ୍‌ର ସଂଘ ଚାଳକ ମୋହନ ଭାଗବତ ଯୋଗଦେଉଛନ୍ତି। କାର୍ଯ୍ୟକ୍ରମରେ ସଂଘର ସରକାର୍ଯ୍ୟବାହ ଭୈୟାଜୀ ଯୋଶୀ, ପ୍ରାନ୍ତ ସଂଘଚାଳକ, ପ୍ରାନ୍ତ କାର୍ଯ୍ୟବାହ ଓ ପ୍ରଚାରକଙ୍କ ସହ ପ୍ରାୟ ୪୦୦ ପ୍ରତିନିଧି ଯୋଗ ଦେଉଛନ୍ତି।

ଏ କାର୍ଯ୍ୟକ୍ରମରେ ଆର୍‌ଏସ୍‌ଏସ୍‌ର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଚିନ୍ତନ କରାଯିବ। ସେହିଭଳି ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସ୍ଥିତି, ଅନ୍ଧବିଶ୍ୱାସ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସହ ସାଂପ୍ରତିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯିବ। ଆର୍‌ଏସ୍‌ଏସ୍ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଏହାକୁ ନେଇ ବିଜେପି ମହଲରେ ଉତ୍ସାହ ଦେଖାଦେଇଛି।

By amfnews

Related Post