Thu. Jan 23rd, 2025

ଆଜିଠୁ ଗାନ୍ଧୀମାର୍ଗରେ ସାଧାରଣତନ୍ତ୍ର ଦିବସ ପରେଡ଼୍ ରିହର୍ସାଲ, ଜଗିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

By amfnews Jan 22, 2021 #Featured
135 Views

ଭୁବନେଶ୍ୱର, ଜାନୁଆରୀ 22 : ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ।  ଆଜିଠାରୁ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ଼୍ ପାଇଁ ଆରମ୍ଭ ହେବ ରିହର୍ସାଲ  ।  ଏଥି ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି   । ପରେଡ଼୍ ସ୍ଥଳରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ ।

କୋଭିଡ କଟକଣା ଦୃଷ୍ଟିରୁ ସୀମିତ ଲୋକରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ  ।  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ  । ଗାନ୍ଧୀମାର୍ଗରେ ହେବ ପରେଡ଼୍ ।  ପରେଡ଼୍ ସ୍ଥଳର ଆଖପାଖ ଅଞ୍ଚଳରେ ସିସିଟିଭି ନଜର ରହିବ  ।  ପରେଡ଼୍ ସ୍ଥଳ ନିକଟରେ ସିସିଟିଭି ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବ । ପରେଡ଼୍ ସ୍ଥଳ ସୁରକ୍ଷା ବଢ଼ାଇ ଦିଆଯାଇଛି । ଆଜି ରହିରର୍ସାଲ ଆରମ୍ଭ ହେବ  । ଗାନ୍ଧୀମାର୍ଗକୁ କୌଣସି ଗାଡ଼ି ଆସିବାକୁ ଦିଆଯିବ ନାହିଁ । କମିସନରେଟ ପୋଲିସର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବେ  । ପରେଡ଼୍ ସ୍ଥଳରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ସହିତ କାଉଣ୍ଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେସାଲ ଟାକ୍ଟିକାଲ ୟୁନିଟ, ଏସଓଜି ଯବାନ, ସିକ୍ୟୁରିଟି, ସାର୍ପ ସୁଟର୍, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ମୁତୟନ ରହିବେ  ।
ରବୀନ୍ଦ୍ର ମଣ୍ଡପ, ଆଇଜି ପାର୍କ ପଟୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ   । ପରେଡ୍‌ସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ଦିଆଯିବ । ପୋଲିସ ବ୍ୟାଣ୍ଡ ସହ ୧୮ଟି ଗ୍ରୁପ ପରେଡ଼୍ ରେ ଭାଗ ନେବେ ।

By amfnews

Related Post