Fri. Mar 6th, 2026

ଆଗାମୀ ବିଧାନସଭା ନିର୍ବାଚନପରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେବ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

276 Views

ଜୟପୁର : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ ଜୟପୁରର ବାଙ୍କବିଜା ପଡିଆରେ ଜନତାଙ୍କୁ ଉଦବୋଧନ ଦେଇ ଆଗାମୀ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେବ ବୋଲି କହିଛନ୍ତି। ଏହି ସଭାରେ ସେ କହିଥିଲେ ଯେ ୨୦୧୪ରେ ଯେଉଁ କଥା ଦେଇଥିଲେ ତାକୁ ପୂରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀ ଏବଂ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବାକୁ ଆସିଛନ୍ତି ବୋଲି କହିଲେ। ଯଦି ଗତ ପାଞ୍ଚ ବର୍ଷର କେନ୍ଦ୍ର ସରକାରଙ୍କ ସଫଳତାର ଶ୍ରେୟ ସେ ଦେଶବାସୀ ଏବଂ ଓଡ଼ିଶାବାସୀଙ୍କୁ ଦେଇଛନ୍ତି।
ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ କାର୍ଯ୍ୟ କରାଯାଇଛି । ରେଳବାଇ କ୍ଷେତ୍ରରେ ଓଡ଼ିଶାରେ ବ୍ୟାପକ କାର୍ଯ୍ୟ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ମଧ୍ୟ ଡବଲ ଇଞ୍ଜିନ କଥାକୁ ସମର୍ଥନ କରିଲେ। ସେ କହିଲେ ଯେ ଓଡ଼ିଶାରେ କ୍ଷମତାରେ ଥିବା ଦଳକୁ ଗାଦିଚ୍ୟୁତ କରାଯିବା ଉଚିତ। ଆଗାମୀ ବିଧାନସଭା ନିର୍ବାଚନରେ ଓଡ଼ିଶା ରେ ଭାରତୀୟ ଜନତା ପାର୍ଟିର ସରକାର ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ପ୍ରକାଶ କରିଥିଲେ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡ଼ିଶା ସରକାର ଲାଗୁ କରୁ ନଥିବା ହେତୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସେ ପ୍ରଥମେ ସମସ୍ତଙ୍କୁ ଓଡ଼ିଆରେ ଆପଣମାନେ କେମିତି ଅଛନ୍ତି ? ବୋଲି କହିଥିଲେ। ତାପରେ ଜୟ ଜଗନ୍ନାଥ ବୋଲି କହିଥିଲେ।ସେ ସହିଦ ଲକ୍ଷ୍ମଣ ନାୟକଙ୍କ ଫଟୋଚିତ୍ରକୁ ପ୍ରଣାମ କରିଥିଲେ ମୋଦୀ। ସେ ଚଇତି ପର୍ବର ଶୁଭକାମନା ଜଣାଇଥିଲେ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ଦେବୀ ଏହି ସଭାକୁ ଆସିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଥିଲେ ।

By amfnews

Related Post