Fri. Mar 6th, 2026

ଆଇଏନ୍ଟିୟୁସି ପକ୍ଷରୁ ବେଦବ୍ୟାସ ଛକରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

462 Views

ରାଉରକେଲା, ୧୧ା୯ : ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବଢ଼ି ଚାଲିଛି । ରାଉରକେଲାରେ ୮୦.୩୪ଟଙ୍କାରେ ପହଂଚିଲା ବେଳେ ଡିଜେଲ୭୨.୪୦ଟଙ୍କା ରହିଛି । ତୈଳ ଦର ବୃଦ୍ଧି ବଜାର ଦର ଉପରେ ପ୍ରଭାବ ପଡୁଥିବା ବେଳେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍ଟି ପରିସରଭୁକ୍ତ କରିବା ନେଇ ଆଜି ରାହୁଳ ଗାନ୍ଧୀଙ୍କ ଡାକରରେ ସୁନ୍ଦରଗଡ଼ ଯୁବରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ସଭାପତି ଅଜୟ କୁମାର ପାଇକରାୟ ଓ ଅନୀଲ ମିଂଜଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି । ବିଗତ ଦିନମାନଙ୍କରେ ଲଗାତର ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ଅହେତୁକ ବୃଦ୍ଧି ପାଇଛି । ମୋଦି ସରକାରଙ୍କ ଜନବରୋଧି କାର୍ଯକ୍ରମକୁ ବିରୋଧ କରି ଆଜି କଂଗ୍ରେସ ତରଫରୁ ଦିଆଯାଇଥିବା ବନ୍ଦଡାକରାକୁ ସମଗ୍ର ରାଉରକେଲାବାସୀ ଗ୍ରହଣକରି ଭାରତ ବନ୍ଦକୁ ସଫଳ କରାଇଛନ୍ତି ।

ଏହି ବନ୍ଦ ପାଳନରେ ପୂର୍ବତନ ବିଧାୟକ ଗ୍ରିଗୋରୀ ମିଂଜ, ଯୁବ ରାଷ୍ଟୀୟ ମଜଦୁର କଂଗ୍ରେସର ରାଜ୍ୟମୁଖପାତ୍ର କୈଳାସ ଚନ୍ଦ୍ର ସାହୁ, ରାଜ୍ୟ ଆଇଏନ୍ଟିୟୁସି ମହିଳା ଶାଖାର ରାଜ୍ୟ ସମ୍ପାଦିକା ଏଲିସ ମିଂଜ, ଉପସଭାନେତ୍ରୀ ଆଶା ମିଂଜ, ସୁଷମା ସିଂ, ଜେଏମ୍ସ ବାହାଲା, ମହିଳା କଂଗ୍ରେସର ରାଜ୍ୟ ଉପସଭାନେତ୍ରୀ ଦେବସ୍ମିତା ସାମଲ, ଫାରୁକ୍ ଅକ୍ତର, ପିଏନ୍ ଚର୍ତୁବେଦୀ, ଜ୍ୟୋତି ଲାକ୍ରା, ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଡ. ରାଜନ ଏକ୍କା, ସୁନ୍ଦରଗଡ଼ ଆଇଏନ୍ଟିୟୁସିର ସଭାପତି ଇକ୍ବାଲ ମଲ୍ଲିକ, ଭିକ୍ଟୋରିଆ ହେମ୍ରମ, ଲଳିତା ଟପୋ, କାଂଚନ ସିଂ, ମେବିସ୍ ଟପୋ, ଆମୁଷ ମିଂଜ, ଆଗାଷ୍ଟୁସ ଟପୋ, ନିରମନ୍ତି ଟପୋ, ଲିଲିମା ପ୍ରତିମା ଟପୋ, ଜ୍ୟୋତି ଉଷା ବେଲା କୁଜୁର, ସଂଯୁକ୍ତ ଟପୋ, ମାଳତି ଗୌଡ, ଆଷିଷ ଟପୋ, ଦିଲିପ ସଏ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Related Post