Sat. Mar 7th, 2026

ଅଶୋକ ଚକ୍ର ବିଜେତା ସହିଦ ନଜିର ବନିଙ୍କ ପତ୍ନୀ ଏହି ପରି ଭାବେ ଦେଶସେବା କରିବାର ପଣ ନେଲେ

416 Views

ଶ୍ରୀନଗର,25 Jan. 2019: ଦେଶ ପାଇଁ ନିଜ ପ୍ରାଣ ବଳି ଦେଇଥିବା ଲାନ୍ସ ନାୟକ ନଜିର ବନିଙ୍କୁ ଦେଶର ସବୁଠାରୁ ବଡ଼ ବୀରତା ପୁରସ୍କାର ଅଶୋକ ଚକ୍ର ପାଇଁ ଚୟନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଣତନ୍ତ୍ର ଦିବସ ଅବସରରେ ରାଜପଥ ଉପରେ ଲାନ୍ସ ନାୟକ ନଜିର ବନିଙ୍କ ପରିବାରକୁ ଅଶୋକ ଚନ୍ଦ୍ର ସମ୍ମାନରେ ସମ୍ମାନିତ କରିବେ। ନିଜ ପତିଙ୍କ ପରି ନଜିର ବନିଙ୍କ ପତ୍ନୀ ମଧ୍ୟ ଦେଶର ସେବା କରିବା ପାଇଁ ପଣ ନେଇଛନ୍ତି। ନଜିର ବନିଙ୍କ ପତ୍ନୀ ବୃତ୍ତିରେ ଜଣେ ଶିକ୍ଷୟିତ୍ରୀ।

ନଜିର ବନିଙ୍କ ପତ୍ନୀ ମହଜବୀ କହିଛନ୍ତି କି ପିଲାଙ୍କୁ ଶିକ୍ଷା ପ୍ରଦାନ କରିବା ଜରିଆରେ ସେ ଦେଶ ପାଇଁ କିଛି କରିବାର ପଣ ନେଇଛନ୍ତି। ପିଲାମାନଙ୍କୁ ସେ ଉତ୍ତମ ନାଗରିକ ହେବା ପାଇଁ ପ୍ରୋତ୍ସାହିତ କରିବେ। ପିଲାମାନଙ୍କୁ ସେ ଉଚିତ ମାର୍ଗରେ ଚାଲିବା ଶିଖାଇବେ। ନିଜ ସ୍ୱାମୀଙ୍କଠାରୁ ସେ ଏପରି ପ୍ରେରଣା ପାଇଛନ୍ତି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ସହିଦ ନଜିର ବନି୨୦୦୪ ମସିହାରେ ଆତଙ୍କବାଦୀ ସଂଗଠନ ଛାଡ଼ି ସେନାରେ ଭର୍ତ୍ତି ହୋଇଥିଲେ।

By amfnews

Related Post