Sat. Mar 7th, 2026

ଅମର ବୀର ଯବାନ, ମାଲକାନଗିରିରେ 59ତମ ଶହୀଦ ଦିବସ ପାଳିତ।

188 Views

ମାଲକାନଗିରି ଉପାନ୍ତ ଜିଲ୍ଲା ଆଦିବାସୀ ଅଧ୍ୟୁଶିତ ମାଲକାନଗିରିରେ 59ତମ ଜିଲ୍ଲାସ୍ତରୀୟ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଏସପି ଜଗମୋହନ ମିନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହାସହ ସେ ପତାକା ଉତ୍ତୋଳନ ଓ ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସୂଚନାଅନୁସାରେ ଆରକ୍ଷୀ କାର୍ଯ୍ୟଳୟ ପୋଲିସ ପଡ଼ିଆରେ ଆୟୋଜିତ ହୋଇଥିଲା ପୋଲିସ ଶହୀଦ ଦିବସ। ମାଟି ମା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ମାଲକାନଗିରି ପୋଲିସର ଅଧିକାରୀମାନଙ୍କୁ ପୋଲିସ ଓ ପ୍ରଶାସନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିଇଛି। ଏହାସହ ନିଜ କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ଶହୀଦ ହୋଇଥିବା ପୋଲିସ ମାନଙ୍କ ସ୍ମୃତି ଚାରଣ କରାଯାଇଛି । ଅନ୍ୟତମ ଅତିଥି ଭାବେ ମାଲକାନଗିରି ଏସଡିପିଓ ବିବେକ ଶ୍ରବଣ ଏମ ଯୋଗ ଦେଇଥିବା ବେଳେ ପୋଲିସ ଆରଆଇ ଶ୍ୟାମ ସୁନ୍ଦର ସରେନ ସମ୍ବଧିତ ପ୍ୟାରେଡର ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଓ ଜିଲ୍ଲାର ସମାଜସେବୀ, ବୁଦ୍ଧିଜୀବୀ ପ୍ରମୁଖଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଏହାସହ ଜିଲ୍ଲା ପୋଲିସ ପକ୍ଷରୁ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା ।

By amfnews

Related Post