Sat. Mar 7th, 2026

ଅନନ୍ତ ନାରାୟଣ ଜେନା ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ

375 Views

ଭୁବନେଶ୍ୱର: ପୂର୍ବଘୋଷିତ ସମସ୍ତ ଆଦେଶନାମାକୁ ବାଦ୍‌ ଦେଇ ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗୁରୁବାର ଦିନ ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କୁ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି। ଏହାଛଡ଼ା ଦଳର ସଭାପତି ତାଙ୍କୁ ଅତିରିକ୍ତ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଏବଂ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି।

ପାରାଦୀପ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଗୋବିନ୍ଦ ତରାଇଙ୍କ ନିଲମ୍ବନ ଆଦେଶକୁ ମଧ୍ୟ ଦଳର ସଭାପତି ପ୍ରତ୍ୟାହାର କରି ନେଇଥିବା ଦଳର ସଂପାଦକ ବିଜୟ ନାୟକ ଜଣାଇଛନ୍ତି।

By amfnews

Related Post