Thu. Dec 26th, 2024

ଅଧ୍ୟବସାୟ ଦ୍ୱାରା କଳାର ବିକଶିତ ହୋଇଥାଏ 

By amfnews Dec 3, 2018 #Featured
176 Views

ଯାଜପୁର ୦୩.୧୨ :କଳା ଏକ ସାଧନ । କଳାକର ନିରନ୍ତର ପ୍ରଚେଷ୍ଟାହିଁତାର ପ୍ରତିଭାକୁ ବିକଶିତ କରିଥାଏ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ମତବ୍ୟକ୍ତ କରିଛନ୍ତି । ଲଳିତେଶ୍ୱରକଳା ପରିଷଦର ୨୧ତମ ବାର୍ଷିକ ଉତ୍ସବ ଲଳିତେଶ୍ୱର ନଗରଠାରେ ଶନିବାର ଦିନ ଉଦ୍ଘାଟିତ ହୋଇଛି । ସମ୍ପ୍ରତି ଯିଏ ଟିକେ ନାଚ, ଗୀତ ବା ସଂଗୀତ ପରିବେଷଣ କରୁଛନ୍ତି ସେ ରାତାରାତି ବଡ ହୋଇଯିବା ପାଇଁ ଭାବୁଛନ୍ତି । ଏହି ଅହଂକାର ପ୍ରକୃତରେ ସେମାନଙ୍କ ପାଇ ଁକ୍ଷତିକାରକ ବୋଲି କହିଥିଲେ । ପ୍ରକୃତରେ ଅଧ୍ୟବସାୟ ଦ୍ୱାରା କଳାର ବିକଶିତ ହୋଇଥାଏ ।

ଅନ୍ୟତମ ଅତିଥି ଭାବେ ଯାଜପୁର ପଂଚାୟତସମିତି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ପ୍ରାକ୍ତନ ପୌରଉପାଧ୍ୟକ୍ଷସନ୍ତୋଷକୁମାରମଲିକ ପ୍ରମୁଖଯୋଗଦେଇ କଳାକାରମାନେ ସଂଞ୍ଜମି, ନିଷ୍ଟାପର, ଶୃଙ୍କଳିତ ଓ ଅଧ୍ୟବସାୁହେବାଉପରେଗୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନରସଭାପତିମହେନ୍ଦ୍ରସାମଲଙ୍କ ଅଧ୍ୟକ୍ଷତାରେଏହି ୨ଦିନିଆଉତ୍ସବରେସମ୍ପାଦକ ନଟବରଜେନାସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେଚିତରଂଜନ ନାୟକ ଧନ୍ୟବାଦ ଦେଇଥିଲେ । ଉପଦେଷ୍ଟା ଅନିରୁଦ୍ଧ ପରିଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାରଛାତ୍ରୀମାନେ ସଂଗୀତଗାନ କରିଥିଲେ । ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତହୋଇଥିଲା ।

By amfnews

Related Post