Sat. Apr 19th, 2025

ଅଗଷ୍ଟା ଚାର୍ଜସିଟ୍‌ ଲିକ୍‌ ମାମଲା ଇଡିକୁ କୋର୍ଟଙ୍କ ପ୍ରଶ୍ନ: ତଥ୍ୟ କିପରି ଲିକ୍ ହେଲା?

By amfnews Apr 7, 2019 #Featured
261 Views

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର୍‌ ଦୁର୍ନୀତିର ଚାର୍ଜସିଟ୍‌ ଦାଖଲ ପୂର୍ବରୁ ଏଥିରେ ଥିବା ତଥ୍ୟ କେମିତି ଗଣମାଧ୍ୟମରେ ଲିକ୍ ହେଲା? ଏହାର ତଦନ୍ତ କରି ତୁରନ୍ତ ଜଣାଅ। ଏହି ମାମଲାର ବିଚାର କରୁଥିବା ଦିଲ୍ଲୀର ଏକ ଅଦାଲତ ଆଜି ପ୍ରବର୍ତନ ନିର୍ଦେଶାଳୟକୁ ଏଭଳି ପ୍ରଶ୍ନ କରି ନୋଟିସ ଜାରି କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ମାମଲାରେ ଏପି (ଅମେଦ ପ‌େଟଲ) ଏବଂ ଫାମ୍ (ଗାନ୍ଧୀ ପରିବାର) ସଂପୃକ୍ତ ‌େବାଲି ଇଡି ଚାର୍ଜସିଟରେ ଉଲ୍ଲେଖ ରହିଥିଲା। କିନ୍ତୁ ଏହି ଚାର୍ଜସିଟ୍ କୋର୍ଟରେ ଦଖଲ ହେବା ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ ନେଇ ଆପତ୍ତି ଉଠାଇଥିଲେ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ରିସ୍ଟେନ୍‌ ମିସେଲ୍‌।

ସେ କୋର୍ଟରେ କହିଥିଲେ ଯେ ଇଡିର ପଚରାଉଚରା ବେଳେ ‌େସ କୌଣସି ବ୍ୟକ୍ତିଙ୍କ ନାମ ନେଇ ନାହାନ୍ତି। କୋର୍ଟରେ ଚାର୍ଜସିଟ୍‌ ଦାଖଲ ହେବା ପୂର୍ବରୁ କିଛି ତଥ୍ୟକୁ ଜାଣିଶୁଣି ପ୍ରଘଟ କରାଯାଇଛି। ମାମଲାର ରାଜନୀତୀକରଣ କରିବା ଉଦ୍ଦେଶ୍ୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜାଣିଶୁଣି ଗରମାଧ୍ୟମକୁ ଚାର୍ଜସିଟ୍‌ର କପି ଲିକ୍‌ କରିଛି ା ତାଙ୍କ ଏହି ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ କୋର୍ଟ ପ୍ରବର୍ତ୍ତନ ନିର୍ଦେଶାଳୟକୁ ନୋଟିସ ଜାରି କରିବା ସହ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ା ଉକ୍ତ ଗଣମାଧ୍ୟମ ସଂସ୍ଥ‌ା କେଉଁଠୁ ଏହି ତଥ୍ୟ ପାଇଲା ସେସଂପର୍କରେ ମଧ୍ୟ ଏହି ସଂସ୍ଥା ଠାରୁ ସୂଚନା ହାସଲ କରିବା ଲାଗି କୁହାଯାଇଛି। ସଂସ୍ଥାକୁ ନୋଟିସ ଜାରି କରିବା ପାଇଁ ନିର୍ଦେଶ ଦିଆଯାଇଛି। ସମଗ୍ର ଘଟଣା ନେଇ ସ୍ବତନ୍ତ୍ର ବିଚାରପତି ଅରବିନ୍ଦ କୁମାର ଅସନ୍ତୋଷ ପ୍ରକାଶ କରିଛନ୍ତି। ମାମଲାର ପରବର୍ତୀ ଶୁଣାଣି ଏପ୍ରିଲ ୧୧ରେ ହେବ।

ଏହାସହିତ କୋର୍ଟ ମିସେଲ୍‌ଙ୍କ ସହଯୋଗୀ ଡେଭିଡ୍‌ ନିଗେଲ ଜୋନ୍‌ ସିମ୍‌ସଙ୍କୁ ମଧ୍ୟ ସମନ ଜାରି କରିଛନ୍ତି। ମିସେଲ୍‌ଙ୍କ ବୟାନକୁ ଆଧାର କରି ପ୍ରବର୍ତ୍ତନ ନିର୍ଦେଶାଳୟ ସିମ୍‌ସଙ୍କୁ ଅନ୍ୟତମ ଅଭିଯୁକ୍ତ ଭାବେ ଦର୍ଶାଇ ଚାର୍ଜସିଟ୍‌ ଦାଖଲ କରିଥିଲା I ମେ ୯ରେ ସିମ୍‌ସକୁ କୋର୍ଟରେ ହଜାର ହେବ ପାଇଁ ନିର୍ଦେଶ ଦିଆଯାଇଛି ା ସୂଚନା ଥାଉକି ମୁଖ୍ୟ ଅଭିଯୁକ୍ତ ମିସେଲ୍‌ଙ୍କ ଡ଼ାଇରୀରୁ ଇଡି କିଛି ତଥ୍ୟ ହାସଲ କରି ଚାର୍ଜସିଟ୍‌ରେ କିଛି ବ୍ୟକ୍ତିଙ୍କ ନାଁ ଉଲ୍ଳେଖ କରିଥିଲା ା ମିସେଲ୍‌ର ଡାଇରୀରେ ଲେଖାଥିବା ‘ଏପି’କୁ ଅହମଦ ପଟେଲ ଏବଂ ‘ଏଫ୍‌ଏଏମ୍‌’କୁ ଫ୍ୟାମିଲି ବୋଲି ଦର୍ଶାଇଥିଲା ତଦନ୍ତକାରୀ ସଂସ୍ଥା ଇଡି ା ଏହା ପରେ ଅଗଷ୍ଟାୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର୍‌ ଦୁର୍ନୀତିରେ ଗାନ୍ଧୀ ପରିବାରର ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି ା

By amfnews

Related Post