Tue. Dec 24th, 2024

ୱାର୍ଡଗୁଡ଼ିକରେ ଅବର୍ଜନା ସଫେଇ ପାଇଁ ଆରଏମସି ଉପାଯୁକ୍ତଙ୍କୁ ଭେଟିଲେ ଆମ୍ ଆଦ୍ମୀ ପାର୍ଟି କର୍ମକର୍ତ୍ତା

By amfnews Sep 25, 2018 #Featured
193 Views

ରାଉରକେଲା, ୨୫ା୯ : ରାଉରକେଲା ସହରର ୱାର୍ଡ ସଂଖ୍ୟା ୬ର ଶାନ୍ତିନଗରରେ ସ୍କୁଲଘର ସାମ୍ନାରେ ଦୀର୍ଘ ଦିନରୁ ପଡ଼ିରହିଥିବା ଆବର୍ଜନାକୁ ରାଉରକେଲା ମହାନଗରନିଗମ ତରଫରୁ ସଫା ନ କରାଯିବା ଦ୍ୱାରା ସ୍ଥାନୀୟ ବସ୍ତିବାସିନ୍ଦାମାନେ ନାହିଁନଥିବା ଅସୁବିଧାର ସମ୍ମୁଖ୍ଖୀନ ହେଉଛନ୍ତି । ଏନେଇ ଅଧିକାରୀମାନଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଉଥିବାରୁ ଆଜି ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ଆରଏମସି ଉପାଯୁକ୍ତଙ୍କୁ ଭେଟିଥିଲେ ।

ପ୍ରକାଶଥାଉ ଯେ ରାଉରକେଲାକୁ ସ୍ମାର୍ଟ ସିଟି ଘୋଷଣା ହେବା ପରେ ସହରର ଅନେକ ୱାର୍ଡରେ ଅଳିଆ ଆବର୍ଜନା ପଡ଼ିରହୁଥିବା ଦେଖିବାକୁ ମିଳୁଛି । ୱାର୍ଡ ସଂଖ୍ୟା ୬ର ଶାନ୍ତିନଗର ବସ୍ତିରେ ବହୁ ପରିମାଣର ଅଳିଆ ଆବର୍ଜନା ବର୍ଷା ଦିନ ପୁର୍ବରୁ ପଡ଼ିରହିଥିବାରୁ ଚାରି ଆଡ଼େ ଦୁର୍ଗନ୍ଧ ପ୍ରବାହିତ ହେଉଛି ଯାହା ଫଳରେ ବିଭିନ୍ନ ପ୍ରକାରର ମହାମାରି ରୋଗ ବ୍ୟାପିବାର ଆଶଙ୍କା ଦେଖା ଦେଇଛି । ଏହାକୁ ସଫାକରି ସମାଧନ କରାନଗଲେ ବସ୍ତିବାସୀ ଅସୁସ୍ଥ ହୋଇ ପଡ଼ିବେ ବୋଲି ଆମ୍ ଆଦମୀ ପାର୍ଟିର ରାଜ୍ୟ ସମ୍ପାଦକ ବିନୟ ତିୱାରୀ ଆରଏମସି ଉପାଯୁକ୍ତଙ୍କୁ ଜଣାଇଥିଲେ ।

ଏଥିସହ ଏହାର ତୁରନ୍ତ ସମାଧାନ ପାଇଁ ଅନୁରୋଧ କରିଥିଲେ । ସେହିଭଳି ୱାର୍ଡ ସଂଖ୍ୟା ୩୧ରେ ବିଇଡି କଲେଜ ପଛ କାନ୍ଥକୁ ଲାଗି ନାଳ ମଧ୍ୟ ଦୀର୍ଘ ଦିନରୁ ସଫା ହେଉନଥିବାରୁ ଦୁର୍ଗନ୍ଧ ପ୍ରବାହିତ ହେଉଛି ଯାହାକୁ ତୁରନ୍ତ ସଫା କରିବା ପାଇଁ ଉପାଯୁକ୍ତଙ୍କୁ ନିକଟରେ ଦାବି କରାଯାଇଛି । ୱାର୍ଡ ସଂଖ୍ୟା ୧୩, ୧୪, ୧୯, ୨୦, ଇତ୍ୟାଦିରେ ମଧ୍ୟ ଏହି ଅବସ୍ଥା । ବାସନ୍ତି କଲୋନୀ, ଛେଣ୍ଡ କଲୋନୀ, ସିଭିଲ ଟାଉନସିପ ଓ ଅନ୍ୟାନ୍ୟ ବସ୍ତି ଅଁଚଳର ଶାଖା ରାସ୍ତାଗୁଡ଼ିକୁ ଏଲ୍ଏଣ୍ଡଟି ତରଫରୁ ଖୋଳି ନଷ୍ଟ କରି ଦିଆଯାଇଛି ଯାହା ଦ୍ୱାରା ସହରବାସୀଙ୍କୁ ବହୁତ ଅସୁବିଧାର ସମ୍ମୁଖ୍ଖୀନ ହେବାକୁ ପଡ଼ୁଛି ।

ଉଦିତନଗର ଆମ୍ବେଦକର ଛକରୁ ରିଙ୍ଗରୋଡ ପର୍ଯ୍ୟନ୍ତ ରୋଡ୍ ଉପରେ ଡ୍ରେନର ମୁଁହ ଅତ୍ୟନ୍ତ ଉଚ୍ଚରେ ରହୁଥିବାରୁ କୌଣସି ସମୟରେ ଦୁର୍ଘଟଣା ଘଟିପାରେ ବୋଲି ଶ୍ରୀ ତିୱାରୀ ଆରଏମସି ଉପାଯୁକ୍ତଙ୍କୁ ଅବଗତ କରାଇଥିଲେ । ଏଥିସହ ପ୍ରତ୍ୟେକ ଅଞ୍ଚଳରେ ଏଲ୍ଏଣ୍ଡଟି ଦ୍ୱାରା କରାଯାଇଥିବା ନିମ୍ନମାନର କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ ଏବଂ ଏଭଳି ଅବହେଳିତ କାର୍ଯ୍ୟ ପାଇଁ ଏଲ୍ଏଣ୍ଡଟି ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରଘୁନାଥପାଲି ଆବାହକ ନବିନ ବାଙ୍କରା, ଜେରୋମ ଟେଟେ, ଲିନା ଲୋହାର, ଚମନଦିପ ସିଂହ, ରାଜକୁମାର ସିଂହ, ସୁରେଶ ପ୍ରସାଦ, ଅଁଜନ ପାଢ଼ି ଓ ବହୁ ସଂଖ୍ୟାରେ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

By amfnews

Related Post