Sun. Mar 8th, 2026

୭୦ ହଜାର ପୁଲିସଙ୍କୁ ମିଳିବ ମାଗଣା ବୀମା

177 Views

କଟକ , ଡିସେମ୍ବର ୦୬ : ରାଜ୍ୟ ପୁଲିସ ବିଭାଗରେ କାର୍ଯ୍ୟରତ ଅଫିସର‌୍‌ ଏବ˚ କର୍ମଚାରୀଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ୟ ବୀମା। ଓଡ଼ିଶାର ମୋଟ ୭୨ ହଜାର ୧୪୫ ଜଣ ପୁଲିସ ଉପକୃତ ହେବେ। ପ୍ରଥମ ଥର ପାଇଁ ଓଡ଼ିଶା ପୁଲିସ ରାଜ୍ୟରେ ଏଭଳି ସୁବିଧା ଲାଗୁ କରିବାକୁ ଯାଉଛି। ଏଥିପାଇଁ ଆସନ୍ତାକାଲି ମହାରାଷ୍ଟ୍ର ପୁଲିସ ବିଭାଗର ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର ଆଲୋଚନା କରିବାକୁ କଟକ ପୁଲିସ ମୁଖ୍ୟାଳୟକୁ ଆସୁଛନ୍ତି। ପୁଲିସ ଡିଜି ଡାକ୍ତର ଆର‌୍‌.ପି. ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ରହିିଛି। ବୈଠକ ପରେ ବାର୍ଷିକ ବୀମା ଅର୍ଥ କେତେ ରହିବ, ସେ ନେଇ ଆଲୋଚନା କରାଯିବ। ସେହି ଆଧାରରେ ଟେଣ୍ତର ପାଇଁ ବୀମା ସ˚ସ୍ଥାଗୁଡ଼ିକୁ ଆହ୍ବାନ କରାଯିବ।

ସୂଚନା ଅନୁଯାୟୀ, ରାଜ୍ୟ ପୁଲିସ ବିଭାଗରେ କାର୍ଯ୍ୟରତ ଓଡ଼ିଶା କ୍ୟାଡର‌୍‌ ଆଇପିଏସ୍‌, ଓପିଏସ୍‌, ହାବିଲ୍‌ଦାର, କନଷ୍ଟେବଳଙ୍କୁ ପୂର୍ବରୁ କୌଣସି ସ୍ବାସ୍ଥ୍ୟ ବୀମା ମିଳୁନଥିଲା। ବାର୍ଷିକ ଚିକିତ୍ସା ଖର୍ଚ୍ଚ ବାବଦ ଯେଉଁ ବିଲ୍‌ ଜିଲ୍ଲା ଏସ୍‌ପିଙ୍କ ନିକଟକୁ ଆସୁଛି, ସେତିକ ଅର୍ଥ ନିଅଣ୍ଟ ପଡ଼ୁଥିବାରୁ ବିଭିନ୍ନ ସମୟରେ ପୁଲିସ ମହଲରେ ଅସନ୍ତୋଷ ସୃଷ୍ଟି ହେଉଛି। ବାର୍ଷିକ ଅର୍ଥ ପାଇବା ପାଇଁ ଯେଉଁ ଅଫିସର କିମ୍ବା କର୍ମଚାରୀ ପ୍ରଥମେ ଆବେଦନ କରୁଛନ୍ତି, କ୍ରମିକ ନମ୍ବର ଆଧାରରେ ସେମାନଙ୍କୁ ବିଲ୍‌ ଅର୍ଥ ମିଳୁଛି। ଅର୍ଦ୍ଧାଧିକ ପୁଲିସ ଟଙ୍କା ପାଇବାରୁ ବଞ୍ଚିତ ମଧ୍ୟ ହେଉଛନ୍ତି। ଏସବକୁ ଦୃଷ୍ଟିରେ ରଖାଯାଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ଗୃହ ବିଭାଗକୁ ବାର୍ଷିକ ସ୍ବାସ୍ଥ୍ୟ ବୀମା ଯୋଗାଇ ଦେବାକୁ ସୁପାରିଶ କରାଯାଇଥିଲା।

ସେହି ଆଧାରରେ ଆସନ୍ତାକାଲି ବୈଠକରେ ଆଲୋଚନା କରାଯିବ। ପୂର୍ବରୁ ମହାରାଷ୍ଟ୍ର, ପଞ୍ଜାବ ଭଳି ରାଜ୍ୟରେ ବାର୍ଷିକ ୫ରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ବୀମା ଲାଗୁ ହୋଇଛି। ମହାରାଷ୍ଟ୍ର ପୁଲିସ ବିଭାଗ ସ୍ବାସ୍ଥ୍ୟ ବୀମାରେ ଅଧିକ ସଫଳ ହୋଇଥିବାରୁ ସେହି ରାଜ୍ୟର ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର ଆସନ୍ତାକାଲି ପୁଲିସ ମୁଖ୍ୟାଳୟରେ ପହଞ୍ଚିବେ। ଡିଜି ଶ୍ରୀ ଶର୍ମାଙ୍କ ଅଧ୍ୟକ୍ଷତାରେ ଦିନ ପ୍ରାୟ ୧୧ଟା ୩୦ରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏଥିରେ ଆଇପିଏସ୍‌ ଅଫିସର‌୍‌ ସ˚ଘ, ଓଡ଼ିଶା ପୁଲିସ ଅଫିସର‌୍‌ ସ˚ଘ, ହାବିଲ୍‌ଦାର କନ୍‌ଷ୍ଟେବଳ ଓ ସିପାହୀ ମହାସ˚ଘ, ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ କିରାଣୀ ସ˚ଘର ସଦସ୍ୟମାନେ ଯୋଗ ଦେବେ।

୨୦୧୭ ଓ ୨୦୧୮ରେ ସ୍ବାସ୍ଥ୍ୟ ବୀମା ପ୍ରଦାନ ଦାବିରେ ହାବିଲ୍‌ଦାର କନ୍‌ଷ୍ଟେବଳ ଓ ସିପାହୀ ମହାସ˚ଘ ପକ୍ଷରୁ ଗୃହ ବିଭାଗ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଅବଗତ କରାଯାଇଥିଲା। ଆସନ୍ତାକାଲି ଏ ସ˚କ୍ରାନ୍ତରେ ଆଲୋଚନା କରାଯାଉଥିବା ବେଳେ ମହାସ˚ଘ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବ˚ ପୁଲିସ ଡିଜିଙ୍କ ସହିତ ଆଉ ଏକ ବୈଠକ କରିବାକୁ ଯାଉଛି। ଏଥିରେ ବର୍ତ୍ତମାନ କାର୍ଯ୍ୟରତ ୭ ହଜାର ଠିକା ଭିତ୍ତିକ ହାବିଲ୍‌ଦାର ଓ କନ୍‌ଷ୍ଟେବଳଙ୍କୁ ନିୟମିତ କରିବାକୁ ଦାବି କରାଯିବ। ୨୦୧୦ରୁ କର୍ମଚାରୀଙ୍କୁ ମିଳୁଥିବା ୧୩ ମାସର ଦରମାକୁ ସପ୍ତମ ବେତନ କମିସନ ଅନୁଯାୟୀ ବୃଦ୍ଧି କରିବା, ସ୍ପେଶାଲ ପେ ଆଲାଉନ୍ସ ଭଳି ୧୩ଟି ପ୍ରମୁଖ ଦାବି ସମ୍ପର୍କରେ ଆଲୋଚନା କରାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

By amfnews

Related Post