67 Views
ନୂଆଦିଲ୍ଲୀ : ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଆଜି କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରରୁ ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି। ଏଥିସହ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ଏହାକୁ ନେଇ ସାରା ଦେଶରେ ମିଶ୍ର ପ୍ରତିକ୍ରିୟା ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୭ ତାରିଖରେ ଦେଶବାସୀଙ୍କୁ ସମ୍ବୋଧନ କରିବେ।
ଜମ୍ମୁ-କଶ୍ମୀର ସମ୍ପର୍କରେ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସେ ଦେଶବାସୀଙ୍କ ଜଣାଇବେ। ଏହାପୂର୍ବରୁ ମୋଦି ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିବେ। ଏଥିସହ ସେ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହ କଥା ହେବେ। ମୋଦି ପଞ୍ଜାବ, ହରିଆଣା, ୟୁପି, ବିହାର, ପଶ୍ଚିମବଙ୍ଗ ଓ ଆସାମ ମୁଖ୍ୟମନ୍ତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।