Thu. Nov 14th, 2024

୭ଟି କଥା ପାଳନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

By amfnews Apr 14, 2020 #Featured
83 Views

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନକୁ ମେ’ ୩ ଯାଏ ବୃଦ୍ଧି କରିବା ସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଏକାଧିକ ରାଜ୍ୟ ଏପ୍ରିଲ ୩୦ ଯାଏ ଲକଡାଉନକୁ ବୃଦ୍ଧି କରିଥିବା ବେଳେ ମୋଦି କିନ୍ତୁ ଏହାକୁ ମେ’ ୩ ଯାଏ ପାଳନ କରିବାକୁ କହିଛନ୍ତି। ତେବେ ଏହି ଘୋଷଣା ସମୟରେ ମୋଦି ୭ଟି ପରାମର୍ଶ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି।

ଏହି ୭ଟି ପରାମର୍ଶ ହେଲା:

୧- ସମସ୍ତେ ନିଜ ନିଜ ଘରେ ରହୁଥିବା ବୟସ୍କମାନଙ୍କ ଯତ୍ନ ନିଅନ୍ତୁ। ଯଦି ସେମାନଙ୍କ ଭିତରୁ କାହାରି କୌଣସି ପ୍ରକାରର ରୋଗ ରହିଛି, ତା’ହେଲେ ଅତିରିକ୍ତ ଯତ୍ନ ନିଅନ୍ତୁ।

୨-ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ଓ ମାସ୍କ ବ୍ୟବହାର କରନ୍ତୁ।

୩-ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ପାଳନ କରନ୍ତୁ।

୪-ସମସ୍ତେ ଆରୋଗ୍ୟ ସେତୁ ମୋବାଇଲ ଆପ ନିଶ୍ଚିତ ଡାଉନଲୋଡ କରନ୍ତୁ।

୫-ପ୍ରତ୍ୟେକ ବ୍ୟକ୍ତି ଗରିବ ପରିବାରର ଯତ୍ନ ନିଅନ୍ତୁ ଓ ସେମାନଙ୍କୁ ଖାଇବାକୁ ଦିଅନ୍ତୁ।

୬- ଶିଳ୍ପସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ। କାହାକୁ ଚାକିରିରୁ ବାହାର କରନ୍ତୁ ନାହିଁ।

୭-କରୋନା ଯୋଦ୍ଧା ଯେପରି କି ଡାକ୍ତର, ନର୍ସ, ପୁଲିସ ଓ ସଫେଇ କର୍ମଚାରୀଙ୍କୁ ସମ୍ମାନ କରନ୍ତୁ।

By amfnews

Related Post