Sat. Mar 7th, 2026

୫୬ କୋଟି ଟଙ୍କା ଆପାର୍ଟମେଣ୍ଟରେ ରହୁଛି ନୀରବ ମୋଦୀ, ଜ୍ୟାକେଟ୍‌ ମୂଲ୍ୟ ୧୦ ଲକ୍ଷ

218 Views

ଲଣ୍ଡନ, ମାର୍ଚ୍ଚ ୧୦: ଭାରତରୁ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ଲଣ୍ଡନର  ଏକ ବିଳାସମୟ ଆପାର୍ଟମେଣ୍ଟରେ ବସବାସ କରୁଛି। ଏହି ଆପାର୍ଟମେଣ୍ଟର ମୂଲ୍ୟ ୮୦ ଲକ୍ଷ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୫୬ କୋଟି ଟଙ୍କା ହେବ। ରିପୋର୍ଟ ଅନୁସାରେ ନୀରବ ମୋଦୀ ଇଂଲଣ୍ଡର ହୀରା ବ୍ୟବସାୟ ଆରମ୍ଭ କରିଦେଇଛି। ବ୍ରିଟେନ ଖବରକାଗଜ ‘ଟେଲିଗ୍ରାଫ’ ରିପୋର୍ଟ ଅନୁସାରେ ନୀରବ ମୋଦୀ ପଂଜାବ ନ୍ୟାସନଲାନ ବ୍ୟାଙ୍କରୁ ୧୪ ହଜାର କୋଟିରୁ ଅଧିକ ଟଙ୍କା ଠକିନେଇ ଯାଇଥିବା ଅଭିଯୋଗ ରହିଛି।

ଟେଲିଗ୍ରାଫ ଖବର ଅନୁସାରେ ନୀରବ ମୋଦୀ ବର୍ତ୍ତମାନ ଯେଉଁ ଫ୍ଲାର୍ଟରେ ରହୁଛି, ସେଥିରେ ୩ଟି ବେଡରୁମ୍‌ ଅଛି। ଏହି ଅଂଚଳରେ ପ୍ରସିଦ୍ଧ ଆପାର୍ଟମେଣ୍ଟ ଗୁଡ଼ିକ ରହିଛି। ଏହି ଫ୍ଲାଟର ମାସିକ ଭଡ଼ା ୧୭୦୦୦ ପାଉଣ୍ଡ ଥିବା ଅନୁମାନ କରାଯାଉଛି। ଏହି ଖବର ନୀରବ ମୋଦୀଙ୍କ ମହାରାଷ୍ଟ୍ରରେ କିହିମ ସମୁଦ୍ର କୂଳରେ ନିର୍ମିତ ଧ୍ୱଂସ କରାଯିବା ଘଟଣାର ଗୋଟିଏ ଦିନ ପରେ ଆସିଛି।

ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ଏଜେନ୍ସି ନୀରବ ମୋଦୀଙ୍କ ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି ଏବଂ ତାକୁ ଗିରଫ କରିବା ପାଇଁ ଇଣ୍ଟରପୋଲ ରେଡକର୍ଣ୍ଣର ନୋଟିସ ଜାରି କରିଦେଇଛି। ଏହା ପରେ ସେ ଲଣ୍ଡନରେ ହୀରା ବ୍ୟବସାୟ ଆରମ୍ଭ କରିଦେଇଛି। ନୀରବ ମୋଦୀ ପିନ୍ଧୁଥିବା ଜ୍ୟାକେଟର ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ରିପୋର୍ଟରୁ ଜଣାପଡ଼ିଛି।

By amfnews

Related Post