Sat. Mar 7th, 2026

୫୦ କୋଟି ମୋବାଇଲ ଉପଭୋକ୍ତାଙ୍କ ଫୋନ ନମ୍ବର ବିଛିନ୍ନ ହେବାକୁ ଯାଉଛି

254 Views

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଦେଶର ପ୍ରାୟ ୫୦ କୋଟି ମୋବାଇଲ ଉପଭୋକ୍ତଙ୍କ ପାଇଁ କେଓ୍ଵାଇସି ( ନୋ ଇୟୋର କଷ୍ଟମର) ମୁଣ୍ଡବ୍ୟଥାର କାରଣ ହେବାକୁ ଯାଉଛି। କାରଣ ମୋବାଇଲ ସିମ୍‌ କାର୍ଡ଼ ଆଣିଲା ବେଳେ ଯେଉଁ ଉପଭୋକ୍ତାମାନେ ସେମାନଙ୍କ ଆଧାରକାର୍ଡକୁ କେଓ୍ଵାଇସି ପ୍ରମାଣପତ୍ର ଭାବେ ପ୍ରଦାନ କରିଛନ୍ତି, ସେମାନଙ୍କ ମୋବାଇଲ ସିମ କାର୍ଡକୁ ଡିସ୍‌କନେକ୍ଟ ବା ବିଛିନ୍ନ କରାଯିବାକୁ ମୋବାଇଲ କମ୍ପାନିମାନେ ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ଘରୋଇ କମ୍ପାନିମାନେ ନାଗରିକଙ୍କ ଆଧାରକାର୍ଡକୁ ବ୍ୟବହାର କରିବା ଉପରେ ରୋକ ଲଗାଇଥିିବା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଉଥିବା ଜଣାଯାଇଛି। ଏ ନେଇ ଯେଉଁ ବଡ଼ ଧରଣର ସମସ୍ୟା ସୃଷ୍ଟି ହେବାକୁ ଯାଉଛି ତାକୁ କିପରି ମୁକାବିଲା କରାଯିବ ସେ ନେଇ ସରକାରୀ ସ୍ତରରେ ମାନସମନ୍ଥନ ଆରମ୍ଭ ହୋଇଯାଇଛିି। ତେବେ ମିଳିଥିବା ସୂଚନା ଅନୁଯାୟୀ, ନାଗରିକମାନଙ୍କୁ ସେମାନଙ୍କ କେଓ୍ଵାଇସି ପରିବର୍ତ୍ତନ ପାଇଁ ସରକାର ପର୍ଯ୍ୟାପ୍ତ ସମୟ ଦେବାକୁ ଯୋଜନା କରୁଛନ୍ତି।ଏଥିପାଇଁ ଗତ ବୁଧବାର ଦିନ ଟେଲିକମ୍‌ ସଚିବ ଅରୁଣା ସୁନ୍ଦରରାଜନ ମୋବାଇଲ ସେବା ପ୍ରଦାନକାରୀ କମ୍ପାନି କର୍ତ୍ତୃପକ୍ଷଙ୍କ ସହିତ ଆଧାର କାର୍ଡର ବିକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି।ବିଶେଷ କରି ଏହି କେଓ୍ଵାଇସି ପରିବର୍ତ୍ତନ ମମୟରେ ଉପଭୋକ୍ତାମାନେ ଯେପରି ବିଶେଷ ହଇରାଣ ହରକତ ନ ହୁଅନ୍ତି, ସେ ଦିଗରରେ ବିକଳ୍ପ ବାହାର କରାଯାଉଛି ବୋଲି ସୁନ୍ଦରରାଜନ କରିଛନ୍ତି।


ବିଷେଷ କରି ରିଲାଏନ୍ସ ଜିଓ ସିମ୍‌କାର୍ଡ଼ ଦେବା ପାଇଁ ଆଧାରକାର୍ଡକୁ ମୁଖ୍ୟ କେଓ୍ଵାଇସି ଭାବେ ଗ୍ରହଣ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ଅନ୍ୟମାନେ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତିିି। ଏପରିକି ପୁରୁଣା ମୋବାଇଲ ସିମ୍‌କାର୍ଡ ବ୍ୟବହାର କରୁଥିବା ଉପଭୋକ୍ତାମାନେ ମଧ୍ୟ ହଇରାଣରେ ପଡ଼ି ପାରନ୍ତି। କାରଣ ସେବା ଦେଉଥିବା କମ୍ପାନି ଉପଭୋକ୍ତା କେଓ୍ଵାଇସିର ଆଧାର ଲିଙ୍କ କରି ସାରିବା ପରେ ତାଙ୍କ ପୁରୁଣା କେଓ୍ଵାଇସିକୁ ନଷ୍ଟ କରି ଦେଇଥାଇ ପାରନ୍ତି। ତେବେ ଏହି ପ୍ରସଙ୍ଗରେ ମୋବାଇଲ କମ୍ପାନିଗୁଡ଼ି ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ଉପଭୋକ୍ତମାନଙ୍କୁ ପାନକାର୍ଡ, ଭୋଟରକାର୍ଡ, ଡାଇଭିଂ ଲାଇସେନ୍ସ ଆଦିକୁ ପୁଣି ଥରେ ସେମାନଙ୍କ କେଓ୍ଵାଇସ ଭାବେ ଦାଖଲ କରିବାକୁ ପଡ଼ିିପାରେ। ତେବେ ଶେଷ ନିଷ୍ପତ୍ତି ସରକାରଙ୍କ ନିର୍ଦ୍ଦେଶ ମିଳିବା ପରେ ହେବ ବୋଲି ଜଣାଯାଇଛି।

By amfnews

Related Post