Mon. Nov 25th, 2024

୨ ୦୨୨ ଅକ୍ଟୋବର ମଧ୍ୟରେ ଭାରତକୁ ମିଳିବ ସମସ୍ତ ରାଫେଲ ବିମାନ

By amfnews Jan 20, 2019 #Featured
273 Views

ଭାରତ ତରଫରୁ ରାଫେଲ ଚୁକ୍ତିରେ ବିମାନ ବାବଦରେ ହୋଇଥିବା 59,000 କୋଟି ଟଙ୍କାରୁ ପ୍ରାୟ ଅଧା ଟଙ୍କା ଦିଆସରିଛି । 36ଟି ଯୁଦ୍ଧ ବିମାନ ପାଇଁ  ହୋଇଥିବା ଏହି ଚୁକ୍ତି 2016ରେ ସ୍ବାକ୍ଷରିତ ହୋଇଥିଲା । ଏହି ସମସ୍ତ ରାଫେଲ ବିମାନକୁ 2019 ଏପ୍ରିଲରୁ 2022 ମଧ୍ୟରେ ପ୍ରଦାନ କରାଯିବ । ଭାରତୀୟଙ୍କ ଆବଶ୍ୟକତାନୁସାରେ ଶକ୍ତିଶାଳୀ ଓ ଉନ୍ନତମାନର ବିମାନ 2022 ସେପ୍ଟେମ୍ବର- ଅକ୍ଟୋବରେର ସମ୍ପୂର୍ଣ୍ଣ ଭାବେ ସଂଚାଳନ ପାଇଁ ପ୍ରସ୍ତୁତ କରାଯିବ । ରାଫେଲ ବିମାନ ଗୁଡିକ ଭାରତ ଆସିବା ପରେ ସଫ୍ଟଓୟାର ସାଟିଫିକେସନ ପାଇଁ  6 ମାସ ସମୟ ଲାଗିବ । ଏନେଇ ପ୍ରତିରକ୍ଷା ମନ୍ତ୍ରାଳଯ ପକ୍ଷରୁ ସୂଚନା ଦିଆଯାଇଛି

ରକ୍ଷା ମନ୍ତ୍ରାଳୟ କହିବାନୁସାରେ, ଏହି ଚୁକ୍ତିର 34000 କୋଟି ଟଙ୍କା ପୈଠ କରାଯାଇଛି । ଚଳିତ ବର୍ଷ 13000 କୋଟି ଟଙ୍କା ପୈଠ କରାଯିବ । ପୈଠର ଚୁକ୍ତିରେ ଦସ୍ତଖତ ହେବା ପରେ 15 ପ୍ରତିଶତ ପ୍ରଥମ କିସ୍ତି 2016 ସେପ୍ଟେମ୍ବରେ ଦିଆଯାଇଥିଲା । ଏହି ସମୟରେ ଭାରତୀୟ ବାୟୂସେନା ପ୍ରକଳ୍ପ ପ୍ରବନ୍ଧନ ଓ ଅଗ୍ରୀମ ପ୍ରଶିକ୍ଷଣ ଟିମକୁ ଫ୍ରାନ୍ସରେ ରଖାଯାଇଥିଲା ।

ସୂତ୍ରାନୁସାରେ, 2022 ରେ ଭାରତକୁ ସମସ୍ତ ବିମାନ ଆସିବା ପରେ ଶେଷ କିସ୍ତି ପୈଠ କରାଯିବ । ଫ୍ରାନ୍ସରୁ ବାୟୁସେନାକୁ ସେପ୍ଟେମ୍ବର ସୁଦ୍ଧା 4ଟି ଯୁଦ୍ଧ ବିମାନ ମିଳିବ । ଏହାପରେ ପାଖାପାଖି 10 ଜଣ ପାଇଲଟ, 10 ବିମାନ ଇଞ୍ଜିନିୟର ଓ 40 ଟେକ୍ନେିସିଆନର ମୁଖ୍ୟଙ୍କୁ ଏହାର ପ୍ରଶିକ୍ଷଣ ଦିଆଯିବ । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଏହି ବିମାନ ହରିଆଣାର ଅମ୍ବାଲା ଏୟାରବେସରେ 2020 ମେରେ ପହଂଚିବ ।

ବାୟୁସେନାର ଯୋଜନା ହେଉଛି କି, ରାଫେଲରଏକ ସେନାଦଳ (18 ବିମାନ)କୁ ଅମ୍ବାଲା ଓ ହାସିମରା ଠାରେ ବିସ୍ତାର କରାଯିବ । ଏହା ଦ୍ବାରା  ପାକିସ୍ତାନ ଓ ଚୀନ ଉପରେ ନଜର ରଖାଯାଇ ପାରିବ । ଏହି ଦୁଇ ଏୟାରବେସର ପାଇଁ ପାଖାପାଖି 450 କୋଟି ଟଙ୍କା ଖର୍ଚ୍ଚ ହେବ। ଏୟାରବେସରେ ରାଫେଲର ଦୁଇଟି ସେନାଦଳଙ୍କୁ ନିଯୁକ୍ତ କରାଯିବ । ବର୍ତମାନ ସମୟରେ 13 ଆଇଏସଇର ବିମାନକୁ ଫ୍ରାନ୍ସରେ ଫ୍ଲାଇଟ ଟେଷ୍ଟିଙ୍ଗ କରାଯାଉଛି । 2022 ଏପ୍ରିଲରେ ଏହାର ସାର୍ଟିଫିକେଟ ମିଳିଯିବ ।

By amfnews

Related Post