Mon. Mar 9th, 2026

୨ ନାବାଳିକାଙ୍କୁ ଦୁଷ୍କର୍ମ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

295 Views

ବାରିପଦା/ବେତନଟୀ , ଜାନୁଆରୀ ୧୭ : ସାରା ରାଜ୍ୟରେ କୁନି କୁନି ପରୀଙ୍କ ପ୍ରତି ହେଉଥିବା ପାଶବିକ ଅତ୍ୟାଚାର ବିରୋଧରେ ସଚେତନତାର ବାର୍ତ୍ତା ପ୍ରଚାର କରିଥିବା ପରୀ ଏକ୍ସପ୍ରେସ୍‌ ଯୋଜନା ମୟୂରଭଞ୍ଜରେ ଫେଲ୍‌ ମାରିଛି। ଏହି ଜିଲ୍ଲା ଅନ୍ତର୍ଗତ ବଡ଼ସାହି ଅଞ୍ଚଳର ଜଣେ ବାପଛେଉଣ୍ତ ୫ ବର୍ଷୀୟା ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇଛି। ସଙ୍କଟାପନ୍ନ ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ କଲେଜ ଏଣ୍ତ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ବଡ଼ସାହି ପୁଲିସ ଅଭିଯୁକ୍ତ ବଡ଼ସାହି ଥାନା ଅନ୍ତର୍ଗତ ଦେଉଳିଆ ନୂଆସାହିର କମଳଲୋଚନ ସି˚(୩୫)କୁ ଅଟକ ରଖିଛି।

ସେହିଭଳି, ବୈଶିଙ୍ଗା ଥାନା ଅଧୀନ ବିଜୁ କୁଡ଼ିଆ ଭାଲିଆଡିହର ଜନୈକା ଦଶ ବର୍ଷର ନାବାଳିକାକୁ ତାର ସମ୍ପର୍କୀୟ ଭାଇ ଦୁଷ୍କର୍ମ କରି ଥିବାର ଜଣାପଡ଼ିଛି ା ତାଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

By amfnews

Related Post