Sun. Mar 8th, 2026

୨୨ ବର୍ଷ ତଳର ମାମଲାରେ ଅବସରପ୍ରାପ୍ତ ଏସ୍‌ପିଙ୍କୁ ଜେଲଦଣ୍ଡ

212 Views

ନୂଆଦଲ୍ଲୀ, ଜାନୁଆରୀ ୨୦: ଦିଲ୍ଲୀର ନନ୍ଦ ନଗରୀ ଥାନା ଅଞ୍ଚଳରେ ଅବୈଧ ଭାବେ ଜଣେ ଲୋକକୁ ଗିରଫ କରିବା ସହ ମାଡ଼ ମାରିଥିଲା ପୁଲିସ୍‌। ଏହା ହେଉଛି ୨୨ ବର୍ଷ ତଳର ଘଟଣା। ଏହି ମାମଲାକୁ ନ୍ୟାୟାଳୟକୁ ନେଇଥିଲେ ପୀଡ଼ିତ।୨୨ ବର୍ଷ ପରେ ଏହି ମାମଲାର ରାୟ ଆସିଛି। ଏହି ମାମଲାରେ କଡକଡଜୁମା ନ୍ୟାୟାଳୟ ତତକାଳୀନ ଅତିରିକ୍ତ ଏସଏଚ୍‌ ଓଙ୍କୁ ଏକ ବର୍ଷ ଜେଲ ଦଣ୍ଡ ଓ ଏକ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତା’ ଛଡ଼ା ଦୁଇଜଣ ତତକାଳୀନ ସବ ଇନସ୍ପେକ୍ଟରଙ୍କୁ ୪୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଅନୀଲ ଗୋଏଲ ନନ୍ଦ ନଗରୀ ଥାନା ସାମ୍ନାରେ ସାଇକେଲ୍‌ ମରାମତି ଦୋକାନ କରିଥିଲେ। ୧୯୯୭ରେ ରାସ୍ତା ଉପରେ ସାଇକେଲ ଠିଆ କରୁଥିବାର ଅଭିଯୋଗ କରି ତାଙ୍କୁ ଟଙ୍କା ମଧ୍ୟ ମାଗିଥିଲେ। ଏ ଘଟଣାକୁ ନେଇ ଗୋଏଲ୍‌ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ତତକାଳୀନ ଏସଏଚ ଓ ରାଜବୀର ସିଂହ ଗୋଏଲ ଓ ତାଙ୍କର ଭାଇଙ୍କ ଥାନାକୁ ଡକାଇଲେ ଓ ପ୍ରଚୁର ମାଡ଼ ଦେଇଥିଲେ। ଏଥିରେ ସବ ଇନସ୍ପେକ୍ଟର ରାଜୀବ ବିମଲ ଓ ପ୍ରବୀଣ କୁମାରଙ୍କ ସମେତ ଅନ୍ୟ ଦୁଇ ଜଣ ପୁଲିସ କର୍ମଚାରୀ ବି ସାମିଲ ଥିଲେ। ଏହି ମାମଲାର ଶୁଣାଣି ବେଳେ ଉକ୍ତ ଦୁଇ ପୁଲିସ କର୍ମଚାରୀଙ୍କର ଦେହାନ୍ତ ହୋଇଥିଲା।

By amfnews

Related Post