Sat. Mar 7th, 2026

୨୦୧୯ରେ ଦ୍ୱିତୀୟ ଥର ରେପୋ ରେଟ୍‌ କମାଇଲା ରିଜର୍ଭ ବ୍ୟାଙ୍କ୍‌

402 Views

ନୂଆଦିଲ୍ଲୀ: ଗୁରୁବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ମନିଟାରି ପଲିସି କମିଟି (ଏମ୍‌ପିସି) ଚଳିତ ଆର୍ଥିକ ବର୍ଷରେ ଆୟୋଜିତ ଦ୍ୱିତୀୟ ବୈଠକରେ ତା’ର ବେଞ୍ଚ୍‌ମାର୍କ ଲେଣ୍ଡିଙ୍ଗ୍‌ ରେଟ୍‌ ୨୫ ବେସିସ୍‌ ପଏଣ୍ଟ୍‌ ୬% ହ୍ରାସ କରାଇଛି। ଅଭିବୃଦ୍ଧିକୁ ସମର୍ଥନ କରିବା ଏବଂ ୪% କଞ୍ଜ୍ୟୁମର୍‌ ପ୍ରାଇସ୍‌ ଇଣ୍ଡେକ୍‌ସ୍‌ (ସିପିଆଇ) ଇନ୍‌ଫ୍ଲାସନ୍‌ର ମିଡିୟମ୍‌ ଟର୍ମ ଟାର୍ଗେଟ୍‌ ହାସଲ ଲକ୍ଷ୍ୟରେ ଏ ଭଳି ନିଷ୍ପତ୍ତି ନେଇଛି।

ଫେବ୍ରୁଆରି ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ମୁଖ୍ୟ ଶକ୍ତିକାନ୍ତ ଦାସ ଆକସ୍ମିକ ଭାବେ ରେପୋ ରେଟ୍‌ ହ୍ରାସ କରାଇବା ପରେ ଏହା ହେଉଛି କ୍ରମାଗତ ଦ୍ୱିତୀୟ ଥର ମୂଲ୍ୟ ହ୍ରାସ।ବୈଠକରେ ଛଅ ଜଣ ସଦସ୍ୟଙ୍କ ମଧ୍ୟରୁ ପାଞ୍ଚ ଜଣ ନିଉଟ୍ରାଲ୍‌ ଷ୍ଟାନ୍‌ସ୍‌ ସପକ୍ଷରେ ମତ ଦେଇଥିଲେ। ଚାରି ଜଣ ସଦସ୍ୟ ରେପୋ ରେଟ୍‌ କମିବା ସପକ୍ଷରେ ଭୋଟ୍‌ ଦେଇଥିଲେ। ଫଳରେ ରିଜର୍ଭ ରେପୋ ରେଟ୍‌ ୫. ୭୫% ହ୍ରାସ ପାଇଛି।

By amfnews

Related Post