Tue. Mar 10th, 2026

୧୦ ବେସିସ୍‌ ପଏଣ୍ଟ୍‌ ସୁଧ ହାର ହ୍ରାସ କଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌; ଘର ଓ କାର୍‌ ନିମନ୍ତେ ଶସ୍ତାରେ ମିଳିବ ଋଣ

192 Views

ମୁମ୍ବାଇ  :  ଅକ୍ଟୋବର ୧୦ ତାରିଖରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ତାହାର ମାର୍ଜିନାଲ୍‌ କଷ୍ଟ୍‍ ଅଫ୍‌ ଫଣ୍ଡ୍‌ସ୍‌ ଆଧାରିତ ଲେଣ୍ଡିଙ୍ଗ୍‌ ରେଟ୍‌ ୧୦ ବେସିସ୍‌ ପଏଣ୍ଟ୍‌ ହ୍ରାସ କରି ୮. ୦୫ କରୁଥିବା କଥା ଘୋଷଣା କରିଛି। ଏମ୍‌ସିଏଲ୍‌ଆର୍‌ ହ୍ରାସ ଯୋଗୁଁ ଋଣ ନେଇଥିବା ଗ୍ରାହକଙ୍କ ନିମନ୍ତେ ଘର ଓ ଅନ୍ୟାନ୍ୟ ରିଟେଲ୍‌ ଲୋନ୍‌ ଶସ୍ତା ହେବ।

ବ୍ୟାଙ୍କ୍‌ର ଗୋଟିଏ ବର୍ଷର ‘ଏମ୍‌ସିଏଲ୍‌ଆର୍‌’ ବାର୍ଷିକ ୮: ୧୫%ରୁ ବାର୍ଷିକ ୮: ୦୫%କୁ ହ୍ରାସ ପାଇଛି। ଆର୍ଥିକ ବର୍ଷ ୨୦୧୯-୨୦ରେ ଏହା ହେଉଛି ଏମ୍‌ସିଏଲ୍‌ଆର୍‌ରେ ଷଷ୍ଠ ଥର ନିମନ୍ତେ କାଟ। ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ୍‌ ହ୍ରାସ କରିବାର ଅଳ୍ପ ଦିନ ପରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଏ ଭଳି ପଦକ୍ଷେପ ଗ୍ରହଣ କରିଛି।

ଏକ ବିବୃତିରେ ଷ୍ଟେଟ୍‌ ବ୍ୟାଙ୍କ୍‌ କହିଛି: ଉତ୍ସବ ଘଡ଼ି ଉପଲକ୍ଷେ ଏବଂ ସମସ୍ତ ସେଗ୍‌ମେଣ୍ଟ୍‌ରେ ଥିବା ଗ୍ରାହକମାନଙ୍କ ଉପକାର ନିମନ୍ତେ ଏସ୍‌ବିଆଇ ତା’ର ଏମ୍‌ସିଏଲ୍‌ଆର୍‌ ୧୦ ବେସିସ୍‌ ପଏଣ୍ଟ୍‌ ହ୍ରାସ କରିଛି।

By amfnews

Related Post