Sat. Nov 23rd, 2024

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ରାଉରକେଲା ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

By amfnews Oct 30, 2018 #Featured
121 Views

ରାଉରକେଲା, ୩୦ା୧୦  : ରାଉରକେଲା ଠାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ପାଇଁ ରାଉରକେଲା ଓକିଲ ସଂଘ ତାର ୩ ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛି । ରାଉରକେଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାରର ଭିତ୍ତିଭୂମି ଥାଇ ମଧ୍ୟ ବେଞ୍ଚ ପ୍ରତିଷ୍ଠା ଦିଗରେ ଉଭୟ ସରକାର କୌଣସି ନିଷ୍ପତ୍ତି ନ ନେବାକୁ ସଂଘ ପକ୍ଷରୁ ନାପସନ୍ଦ କରାଯାଇଛି । ନିକଟରେ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରି ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରି ଦାବି ସମ୍ପର୍କରେ ଅବଗତ କରାଇସାରିଛି ।

ରାଉରକେଲା ଭଳି ଏକ ଜନବହୁଳ ସହରରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ସହ ଭିଜିଲାନ୍ସ କୋର୍ଟ, ସିବିଆଇ କୋର୍ଟ, ରାଉରକେଲାକୁ ଏକ ବିଚାର ବିଭାଗୀୟ ଜିଲା ଘୋଷଣା, ଏଠାରେ ରେକର୍ଡ ରୁମ୍ ସ୍ଥାପନା ଏବଂ ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲକୁ ସେଣ୍ଟ୍ରାଲ ପାହ୍ୟ ଦାବି ଦୀର୍ଘଦିନ ଧରି ଓକିଲ ସଂଘ ଓ ରାଉରକେଲା ଜନସାଧାରଣଙ୍କ ତରଫରୁ କରାଯାଇ ଆନ୍ଦୋଳନ କରାଯାଉଛି । ଯଦି ଏସବୁ ଦାବିଗୁଡିକ ପୂରଣ କରାନଯାଏ ତେବେ ଏହି ଆନ୍ଦୋଳନକୁ ଜୋରଦାର କରାଯିବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଆସନ୍ତା ମାସ ୧ ତାରିଖ ଠାରୁ କେବଳ ଜରୁରୀ ମାମଲା ଗୁଡିକ ବାଦ୍ ଦେଇ ଅନ୍ୟ ସମସ୍ତ ଶୁଣାଣିକୁ ମଧ୍ୟ ବନ୍ଦରେ ସାମିଲ୍ କରାଯାଇଛି ।

ଆଜିର ଏହି ବନ୍ଦ ଯୋଗୁ ସମସ୍ତ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏହି ଆନ୍ଦୋଳନରେ ସଂଘ ସଭାପତି ସତ୍ୟପଦ ଶର୍ମା, ସମ୍ପାଦକ ଅକ୍ଷୟ ସାହୁ, ସହସମ୍ପାଦକ ମାନସ ରଞ୍ଜନ ପଣ୍ଡା, ଏଏସ୍ଏମ୍ ସମ୍ପାଦକ ସୁଶାନ୍ତ କୁମାର ଦାଶ, ସଭ୍ୟ ଧିରେନ ଗଡନାୟକ, ଗିରିଶ ଚନ୍ଦ୍ର ମହାପାତ୍ର, ପଞ୍ଚାନନ ଶତପଥୀ, ରମେଶ ଚନ୍ଦ୍ର ବଳ, ନୟନ ରଞ୍ଜନ ଦାଶ, ଚତୁର୍ଭୁଜ ନାୟକ, ଡି.ଡି. ସାହୁ, ସନ୍ତୋଷ ଭଦ୍ର, ପ୍ରଶାନ୍ତ ସେନାପତି, ଶଙ୍କର ପ୍ରଧାନ, ଭୀମବାହାଦୁର ପତି, ସନାତନ ବିଶ୍ୱାଳ, ମନୋରଞ୍ଜନ ବାରିକ, ପରମେଶ୍ୱର ପ୍ରସାଦ, ୱାଇ. ନବୀ, ଲୁଲୁ ଦାଶ, ସନ୍ତୋଷ ଦାଶ, ଗୁରୁଚରଣ ଖୁଣ୍ଟିଆ, ପ୍ରମୋଦ ସାହୁ, ପ୍ରଶାନ୍ତ ମହାରଣା, ରାମେଶ୍ୱର ପ୍ରସାଦ, ପ୍ରଫୁଲ୍ଲ କୁମାର ପାଢୀ, ପବିତ୍ର ଜେନା ପ୍ରମୁଖ ଆନ୍ଦୋଳନରେ ସାମିଲ୍ ଥିଲେ ।

By amfnews

Related Post