147 Views
ଭୁବନେଶ୍ବର, ନଭେମ୍ବର ୨୪ : ସାତକୋଶିଆ ଅଭୟାରଣ୍ୟରୁ ପୁଣି ଥରେ ବାଘୁଣୀ ‘ସୁନ୍ଦରୀ’କୁ ମଧ୍ୟପ୍ରଦେଶକୁ ଫେରାଇ ନେବାକୁ ସେଠାକାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ‘ସୁନ୍ଦରୀ’କୁ ଅଧିକ ଦିନ ଛୋଟ ଏନକ୍ଲୋଜରରେ ରଖାଯାଇପାରିବ ନାହିଁ ।
ସେହିପରି ଏନଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା)ର ଗାଇଡ଼ଲାଇନ୍ ଅନୁଯାୟୀ ଭିତ୍ତିଭୂମିରେ ଉନ୍ନତି କରାଯିବା ପର୍ଯ୍ୟନ୍ତ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ମହାବଳ ସ୍ଥାନାନ୍ତର ପ୍ରକ୍ରିୟା ସ୍ଥଗିତ ରଖିବାକୁ ମଧ୍ୟ କୋର୍ଟ କହିଛନ୍ତି ।
ତୁରନ୍ତ କାହ୍ନା ବ୍ୟାଘ୍ର ପ୍ରକଳ୍ପକୁ ଫେରାଇବାକୁ ମଧ୍ୟପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାତକୋଶିଆରେ ସୁନ୍ଦରୀକୁ ଛୋଟ ଏନକ୍ଲୋଜରରୁ ବାହାରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଦୀର୍ଘ ସମୟ ଧରି ଏନକ୍ଲୋଜରରେ ରହିବାରୁ ସୁନ୍ଦରୀର ଶିକାର ପ୍ରବୃତ୍ତି ବଦଳିଛି । ଶିକାର ପ୍ରବୃତ୍ତି ଫେରାଇ ଆଣିବାକୁ ଉପଯୁକ୍ତ ସ୍ଥାନରେ ସୁନ୍ଦରୀକୁ ଛାଡିବାକୁ ମଧ୍ୟପ୍ରଦେଶ ହାଇକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି ।