Sun. Mar 8th, 2026

ହରିଆଣା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପାଇଁ ଭଲ ଖବର! ଏକାକୀ ଲଢ଼ିବ ବିଏସପି

185 Views

ନୂଆଦିଲ୍ଲୀ  : ଆଗାମୀ ଡିସେମ୍ବର ମାସରେ ହେବାକୁ ଥିବା ହରିଆଣା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପାଇଁ ଭଲ ଖବର ମିଳିଛି। ବହୁଜନ ସମାଜବାଦୀ ପାର୍ଟି ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ। ଏହାଫଳରେ ବିଜେପିର ଚିନ୍ତା କମିଯାଇଛି। ଏବେ ଦଳର ମିସନ୍ ୭୫ ସହଜସାଧ୍ୟ ହେବ ବୋଲି କୁହାଯାଉଛି।କିଛି ଦିନ ଖବର ମିଳିଥିଲା ଯେ ଆଗାମୀ ନିର୍ବାଚନରେ କଂଗ୍ରେସ ସହ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ନିର୍ବାଚନୀ ମେଣ୍ଟ କରିବ।

ବିଜେପିର ମୁକାବିଲା କରିବାକୁ କଂଗ୍ରେସ ଏକାକୀ ସମର୍ଥ ନୁହେଁ ବୋଲି କଂଗ୍ରେସ ଅନୁଭବ କରିବାପରେ ନବନିଯୁକ୍ତ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ କୁମାରୀ ଶୈଳଜା ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଭେଟିଥିବାର ଖବର ମିଳିଥିଲା। ଖାଲି ସେତିକି ନୁହେଁ ନିର୍ବାଚନ ପ୍ରଚାର କମିଟିର ମୁଖ୍ୟ ଭୁପିନ୍ଦର ସିଂ ହୁଡା ମଧ୍ୟ ମାୟାବତୀଙ୍କୁ ସାକ୍ଷାତ କରିଥିଲେ ,ହେଲେ ଉଭୟ ଦଳ ଭିତରେ ମେଣ୍ଟ ହୋଇପାରି ନଥିବା କୁହାଯାଉଛି।

Image result for haryana cm name

ଏବେ ଉଭୟ ବିଜେପି ଏବଂ ବିଏସପିଙ୍କ ଆଖି ରାଜ୍ୟରେ ଥିବା ସଂରକ୍ଷିତ ଆସନ ଉପରେ ରହିଛି। ସୂଚନାଯୋଗ୍ୟ ବିଜେପି ଗତ ବିଧାନସଭା ନିର୍ବାଚନରେ ୧୭ଟି ମଧ୍ୟରୁ ୮ଟି ସଂରକ୍ଷିତ ଆସନରେ ବିଜୟୀ ହୋଇଥିଲା।

By amfnews

Related Post