Thu. Mar 20th, 2025

ହଜାର ବର୍ଷର ପୁରାତନ ମନ୍ଦିରରେ ୭୨ ବର୍ଷ ପରେ ହେଲା ପୂଜାର୍ଚ୍ଚନା,ଏବେ ବି ପାକିସ୍ତାନରେ ବନ୍ଦ ଅଛି ୧୬୦୦ ମନ୍ଦିର ଓ ଗୁରୁଦ୍ୱାର!

By amfnews Aug 10, 2019 #Featured
144 Views

ନୂଆଦିଲ୍ଲୀ  : ସିନ୍ଧୁ ନଦୀ ବ୍ୟତୀତ ହିନ୍ଦୁ ସଂସ୍କୃତିର କଳ୍ପନା କରାଯାଇ ନ ପାରେ, କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ସିନ୍ଧୁ ନଦୀର ପ୍ରାୟ ୭୦ ପ୍ରତିଶତ ଅଂଶ ପାକିସ୍ତାନରେ ରହିଛି। ସିନ୍ଧୁ ,ସରସ୍ୱତୀ ଓ ଗଙ୍ଗା ନଦୀ କୂଳରେ ଭାରତୀୟ ସଂସ୍କୃତ ଓ ସଭ୍ୟତାର ବିକାଶ ହୋଇଥିଲା। ଏହି କାରଣରୁ ପାକିସ୍ତାନର ଭୂମିକୁ ଏକଦା ଆର୍ଯ୍ୟମାନଙ୍କର ପ୍ରାଚୀନ ଭୂମି ବୋଲି  କୁହାଯାଉଥିଲା।

ଭାରତ-ପାକିସ୍ତାନ ବିଭାଜନ ଓ ବାବ୍ରୀ ମସଜିଦ୍‌ ଭଙ୍ଗାଯିବା ପରେ ପାକିସ୍ତାନରେ ମନ୍ଦିରମାନଙ୍କର ଦୁର୍ଦ୍ଦଶା କହିଲେ ନ ସରେ। ଚଳିତ ଶ୍ରାବଣ ମାସରେ ପାକିସ୍ତାନର ସିୟାଲକୋଟରେ ଥିବା ହଜାର ବର୍ଷର ପୁରାତନ ଏକ ହିନ୍ଦୁ ମନ୍ଦିର ଖୋଲିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ମନ୍ଦିରକୁ ସୋମବାର ଦିନ ପୂଜାର୍ଚ୍ଚନା ଲାଗି ଖୋଲା ଯାଇଥିବା କୁହାଯାଉଛି।  ସୂଚନାଯୋଗ୍ୟ ଯେ ଏହି ମନ୍ଦିରକୁ ଖୋଲିବା ଲାଗି କେତେକ ହିନ୍ଦୁ ପରିବାର ପକ୍ଷରୁ ନ୍ୟାୟାଳୟରେ ଆବେଦନ କରାଯାଇଥିଲା। ଏହି ମନ୍ଦିର ଖୋଲିବା ପରେ ତାକୁ ପରିଷ୍କାର-ପରିଚ୍ଛନ୍ନ କରାଯାଇ ପୂଜା-ପାଠର ବନ୍ଦୋବସ୍ତ କରାଯାଇଥିବାର ସୂଚନା ମିଳିଛି।

ତେବେ ଏହା ପ୍ରଥମ ହିନ୍ଦୁ ମନ୍ଦିର ନୁହେଁ, ଯାହା ବର୍ଷ ବର୍ଷ ଧରି ବନ୍ଦ ରହିଥିଲା ଓ ଯାହାକୁ ଏବେ ଖୋଲାଯାଇଛି। ଆଜି ବି ପାକିସ୍ତାନରେ ଥିବା ୧୧୩୦ଟି ମନ୍ଦିର ମଧ୍ୟରୁ ମାତ୍ର ୩୦ଟି ମନ୍ଦିର ଖୋଲିଛି। ବନ୍ଦ ଥିବା ୫୧୭ଟି ଗୁରୁଦ୍ୱାର ଭିତରୁ ମାତ୍ର ୧୭ଟି ଏବେ ଖୋଲା ଅଛି। ଏପରି ଭାବେ ଦେଖିବାକୁ ଗଲେ ପାକିସ୍ତାନରେ ପ୍ରାୟ ୧୬୦୦ ମନ୍ଦିର ଓ ଗୁରୁଦ୍ୱାର ଏବେ ବି ବନ୍ଦ ଥିବା ଜଣାଯାଇଛି।

By amfnews

Related Post