Sat. Mar 7th, 2026

ସୋମବାର ବାଲୁଗାଁ ଯାଇଥିଲେ, ଆଜି ଚିଲିକା କୂଳରୁ ମିଳିଲା ମୃତଦେହ

179 Views

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା କୂଳ ଜେଟି ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବାଣପୁର ଥାନା ବିଷ୍ଣୁଡିହ ଗାଁର ସୁକେଶ ସାହୁ।

ସୋମବାର ଦିନ ସୁକେଶ ଦୁଇ ସାଙ୍ଗଙ୍କ ସହ ବାଇକ୍‌ରେ ବାଲୁଗାଁ ଯାଇଥିଲେ। ରାତିରେ ସାଙ୍ଗମାନେ ଘରକୁ ଫେରିଥିବା ବେଳେ ସେ ଘରକୁ ଫେରି ନଥିଲେ। ଏନେଇ ସୁକେଶଙ୍କୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ହେଲେ ତାଙ୍କୁ ପାଇ ନଥିଲେ। ଚିଲିକା କୂଳରୁ ତାଙ୍କ ଗାଡ଼ି ମିଳିଥିଲା।

ଗତକାଲି ସୁକେଶଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ଚିଲିକା କୂଳ ଜେଟି ନିକଟରେ ତାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି   ବ୍ୟବଚ୍ଛେଦ ପାଇଁ ପଠାଇଛି। ସୁକେଶଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

By amfnews

Related Post