Sat. Nov 2nd, 2024

ସେକ୍ସ ରାକେଟ୍‌ ସଂପର୍କୀତ ନୂଆ ଖୁଲାସା : ଝିଅମାନଙ୍କୁ ଡ୍ରଗ୍‌ସ ସେବନ କରିବାକୁ ଦିଆଯାଉଥିଲା

By amfnews Nov 19, 2018 #Featured
170 Views

ଲକ୍ଷ୍ନୌ, ନଭେମ୍ବର ୧୯: ଉତ୍ତର ପ୍ରଦେଶର ଦେବରିୟାସ୍ଥିତ ଏକ ଆଶ୍ରମରେ ଚାଲୁଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ ହୋଇଥିଲା ଗତ ଅଗଷ୍ଟ ମାସରେ। ଏବେ ସେହି ମାମଲାରେ ଆଉ ଏକ ଚମକପ୍ରଦ ଖବର ସାମ୍ନାକୁ ଆସିଛି। ଦେବରିୟା ଜିଲ୍ଲାରେ ଥିବା ମା ବିନ୍ଧ୍ୟାବାସିନୀ ମହିଳା ଓ ବାଳିକା ସଂରକ୍ଷଣ ଗୃହରେ ସେକ୍ସ ସ୍କାଣ୍ଡାଲ୍‌ର ତଦନ୍ତ ବେଳେ ପୁଲିସ ଏହା ଜାଣିବାକୁ ପାଇଛି।

ମା ବିନ୍ଧ୍ୟାବାସିନୀ ମହିଳା ଓ ବାଳିକା ସଂରକ୍ଷଣ ଗୃହର ସଞ୍ଚାଳିକା ତଥା ମାଲିକାଣୀ ଗିରିଜା ତ୍ରିପାଠୀ ଏଠାରେ ରହୁଥିବା ଝିଅମାନଙ୍କୁ ପ୍ରଭାବଶାଳୀ ବ୍ୟକ୍ତିଙ୍କର ମନୋରଂଜନ ପାଇଁ ପଠାଉଥିଲେ। ସବୁଠୁଁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଅତିଥିମାନଙ୍କ ପାଖକୁ ଯିବା ପୂର୍ବରୁ ଝିଅମାନଙ୍କୁ ଡ୍ରଗ୍‌ସ ସେବନ କରିବାକୁ ଦିଆଯାଉଥିଲା,ଯାହା ଦ୍ୱାରା ଶାରୀରିକ ସଂପର୍କ ବେଳେ ସେମାନେ ଯନ୍ତ୍ରଣା ଅନୁଭବ କରିପାରିବେ ନାହିଁ।

ଏଠାରୁ ଜଣେ ୧୧ ବର୍ଷୀୟା ନାବାଳିକା ଖସି ଆସି ପୁଲିସକୁ ସେକ୍ସ ରାକେଟ୍‌ ସଂପର୍କରେ ସୂଚନା ଦେବାପରେ ଘଟଣା ଲୋକଲୋଚନକୁ ଆସିଥିଲା। ଆହୁରି ମଧ୍ୟ ଯେ ସେଠାରେ ଖରାପ ମାନର ଖାଦ୍ୟ ଦିଆଯାଉଥିଲା ଓ ଝିଅମାନଙ୍କୁ ଶାରୀରିକ ନିର୍ଯାତନା ବି ଦିଆଯାଉଥିଲା।

By amfnews

Related Post