Tue. Jun 10th, 2025

ସୁଲେମାନୀଙ୍କୁ ହତ୍ୟା କରାଯିବା ପରେ ଟ୍ରମ୍ପ୍‌ କହିଲେ: ଯୁଦ୍ଧ ଆରମ୍ଭ ନୁହେଁ, ଯୁଦ୍ଧ ବନ୍ଦ କରିବା ପାଇଁ କାର୍ଯ୍ୟାନୁଷ୍ଠାନ

By amfnews Jan 4, 2020 #Featured
150 Views

େଓ୍ଵଷ୍ଟ୍‍ ପାମ୍‌ ବିଚ୍‌ : ଯୁକ୍ତରାଷ୍ଟ୍ର ଆମେରିକାର କୂଟନୀତିଜ୍ଞମାନଙ୍କୁ ମାରିବାକୁ ମସୁଧା କରୁଥିବା ବେଳେ ଇରାନୀୟ ସେନାଧ୍ୟକ୍ଷ କାଶିମ୍‌ ସୁଲେମାନୀଙ୍କୁ ହତ୍ୟା କରାଯାଇଛି ବୋଲି ଶୁକ୍ରବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି। କିନ୍ତୁ, ଓ୍ଵାସିଂଟନ୍‌ ଇରାନ୍‌ ସରକାରଙ୍କୁ ହଟାଇବାକୁ ଚାହୁଁନାହିଁ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ଫ୍ଲୋରିଡାରେ ଟେଲିଭିଜନ କ୍ୟାମେରା ସମ୍ମୁଖରେ ବିବୃତି ଦେଇ ଟ୍ରମ୍ପ୍‌ କହିଛନ୍ତି: ଆମେରିକୀୟ କୂଟନୀତିଜ୍ଞ ଏବଂ ସେନା କର୍ମଚାରୀଙ୍କ ଉପରେ ସହସା ଭୟାବହ ଆକ୍ରମଣ କରିବାକୁ ସୁଲେମାନୀ ଷଡ଼ଯନ୍ତ୍ର କରୁଥିଲେ। ସେ ଏ କାମ କରୁଥିବା ସମୟରେ ଆମେ ତାଙ୍କୁ ଧରି ହତ୍ୟା କଲୁ। ଉତ୍ତେଜନା ପ୍ରଶମନ ନିମନ୍ତେ ସେ ଆହୁରି କହିଛନ୍ତି ଯେ ଇରାନ୍‌ ସହ ଯୁଦ୍ଧ କରିବାକୁ ସେ ଚାହୁଁ ନାହାନ୍ତି।

ଟ୍ରମ୍ପ୍‌ କହିଛନ୍ତି: ଯୁଦ୍ଧ ବନ୍ଦ କରିବାକୁ ଆମେ ଗତରାତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲୁ। ଯୁଦ୍ଧ ଆରମ୍ଭ କରିବାକୁ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହୁଁ। ଆମେ ସେଠାକାର ଶାସନ ମଧ୍ୟ ପରିବର୍ତ୍ତନ କରାଇବାକୁ ଚାହୁଁନାହୁଁ।

By amfnews

Related Post