179 Views
ସୋନପୁର : ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ପ୍ରବଳ ବର୍ଷା ସାଙ୍ଗକୁ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପରେ ମହାନଦୀ ଫୁଲିଛି। ମହାନଦୀ ଜଳସ୍ତର ବୃଦ୍ଧି ପାଇଥିବାରୁ ଛୋଟବଡ଼ ନାଳ ଓ ଯୋରପାଣିରୁ ଜଳ ନିଷ୍କାସନ ହୋଇ ନପାରି ବନ୍ୟା ପରିସ୍ଥିତି ଦେଖାଦେଇଛି। ଜିଲ୍ଲାର ପିତାମହୁଲ ବାଉରୀ ଯୋର ଉପରେ ୫ ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି।
ଏପଟେ ଦୀର୍ଘଦିନରୁ ଚାଲିଥିବା ବାଉରୀ ଯୋର ସେତୁ କାମ ଏଯାଏ ସମ୍ପୂର୍ଣ୍ଣ ହୋଇନଥିବାରୁ ବୀରମହାରାଜପୁର-ରେଢାଖୋଲ, ବୀରମହାରାଜପୁର-ବଉଦ ଏବଂ ବୀରମହାରାଜପୁର- ଆଠମଲ୍ଲିକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କୁଲୁଥି ଯୋରର ଜଳସ୍ତର ମଧ୍ୟ ବୃଦ୍ଧିପାଇ ବିଜେପୁର ସେତୁକୁ ସ୍ପର୍ଶ କରିଛି।