Fri. Mar 6th, 2026

ସୁନ୍ଦରବନରେ ଅବତରଣ କରିବ ମହାବାତ୍ୟା ୟଶ୍, ମେ ୨୩ରୁ ୨୫ ମଧ୍ୟରେ ସତର୍କ ସୂଚନା ଜାରି

609 Views

କୋଲକାତା, ମେ ୧୯:

ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ମହାବାତ୍ୟା ୟଶ୍ ମେ ୨୩ରୁ ୨୫ ମଧ୍ୟରେ ସୁନ୍ଦରବନ ଅଞ୍ଚଳରେ ଅବତରଣ କରିବ ଓ ବାଂଲାଦେଶ ଆଡକୁ ଯିବ।

ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ ଓମାନ ନାମକ ମହାବାତ୍ୟାର ଭୟବହତା ଗତ ବର୍ଷ ମେ ୧୯ ରେ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳକୁ ଧ୍ୱଂସ କରିଥିଲା । ଯାହାର ପ୍ରଭାବ ଅମ୍ଫାନ ଭଳି ପରିଲକ୍ଷିତ ହୋଇଥିଲା ।

ପାଣିପାଗ ବିଭାଗ ପବନର ଦିଗ ଓ ଗତି ବିଷୟରେ ନିଶ୍ଚିତ କରିବା ସହ ଆକଳନ କରି କହିଛନ୍ତି ଯେ ପୂର୍ବ ସେଣ୍ଟ୍ରାଲ୍ ବେ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଦିନକୁ ଦିନ ଶକ୍ତି ବଢିବା ସହିତ ଏହାର ରୂପ ନେଇପାରେ। ସପ୍ତାହ ଶେଷ ସୁଦ୍ଧା ଅବତରଣ କରିବା ପୂର୍ବରୁ ଏକ ମହାବାତ୍ୟା ରୂପେ ଉଭା ହେବ ।

ତେବେ ସୁନ୍ଦରବନ୍ ଦେଇ ସ୍ଥଳଭାଗ ପ୍ରବେଶ କରିବା ପରେ ବାଂଲାଦେଶ ଆଡକୁ ଯାଇପାରେ ବୋଲି ଅଧିକାରୀମାନେ ମତ ଦେଇଛନ୍ତି। ମତ୍ସ୍ୟଜୀବୀମାନଙ୍କୁ ମେ ୨୩ ରେ ସମୁଦ୍ରକୁ ନ ଯିବାକୁ କହି ବିଭାଗ ପୂର୍ବରୁ ଚେତାବନୀ ଦେଇଛି।

ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଲଘୁଚାପ ହେତୁ କୋଲକାତା, ଦକ୍ଷିଣ ଏବଂ ଉତ୍ତର ୨୪ ପ୍ରଗଣା ସମେତ ପଶ୍ଚିମବଙ୍ଗର ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଉଛି ଏବଂ ଏହା ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ପାଞ୍ଚ ଡିଗ୍ରୀ ବୃଦ୍ଧି ପାଇଛି ଏବଂ ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି।

ଗତ ବର୍ଷ କୋଲକାତା ଘାତକ ଘୂର୍ଣ୍ଣିବଳୟର ଏକ ସାକ୍ଷୀ ହୋଇଥିଲା ଯେତେବେଳେ ‘ଅମ୍ଫାନ୍’ ଘଣ୍ଟା ପ୍ରତି ପ୍ରାୟ ୨୬୦ କିଲୋମିଟର ବେଗରେ ସୁନ୍ଦରବନରେ ଅବତରଣ କରିଥିଲା ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post