Fri. Dec 27th, 2024

ସୀମା ବିବାଦ: ଭାରତ-ଚୀନ କମାଣ୍ଡରସ୍ତରୀୟ ୭ମ ବୈଠକ ଆଜି, ଚୁଶୁଲରେ ହେବ ଆଲୋଚନା

By amfnews Oct 12, 2020 #Featured
166 Views

ନୂଆଦିଲ୍ଲୀ, ଅକ୍ଟୋବର ୧୨  : ଭାରତ ଓ ଚୀନ ମଧ୍ୟରେ ସୈନ୍ୟ ସ୍ତରର ୭ମ ଆଲୋଚନା ଆଜି ଅପରାହ୍ନ ୧୨ଟାରେ ଚୁଶୁଲ ଠାରେ ଅନୁଷ୍ଠିତ ହେବ । କମାଣ୍ଡର ସ୍ତରୀୟ ଏହି ଆଲୋଚନାକୁ ନେଇ ଆଶା କରାଯାଉଛି ଯେ, ମେ’ ମାସରୁ ସୀମାରେ ଜାରି ରହିଥିବା ଉତ୍ତେଜନା ହ୍ରାସ ପାଇବ । ଆଜିର ବୈଠକରେ ଲଦ୍ଦାଖ ସମେତ ପୂରା ସୀମାବର୍ତ୍ତୀ ଅଂଚଳରେ ଡି-ଏସ୍କଲେଶନ ଉପରେ ଜୋର ଦିଆଯିବ ।

ନୂତନ ଯୁଗର ଭାରତ ଚୀନର ଆଖିରେ ଆଖି ମିଶାଇ ଭଲ ଭାବରେ ବୁଝାଇ ଦେଇଛି ଯେ, ବିସ୍ତାରବାଦ ସହିତ ଜଡ଼ିତ ତାର କୌଣସି ଷଡ଼ଯନ୍ତ୍ର କାମ କରିବ ନାହିଁ । ଭାରତର ଏକ ଇଞ୍ଚ ଜମି ଜବରଦଖଲ କରିବା ପୂର୍ବରୁ ଚୀନକୁ ଅନେକ ଥର ଚିନ୍ତା କରିବାକୁ ପଡ଼ିବ । ସୀମା ବିବାଦ ଶେଷ କରିବା ଲାଗି ପାୱାର ଚାଇନା ଷ୍ଟଡି ଗ୍ରୁପ ଗଠନ କରାଯାଇଛି । ବିଗତ ୬ଥରର ବୈଠକରେ ଭାରତୀୟ ପକ୍ଷରେ ସେନା ସହିତ ବିଦେଶ ମନ୍ତ୍ରାଳୟର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ନୂଆଦିଲ୍ଲୀ ତରଫରୁ ବେଜିଂ ଉପରେ କ୍ରମାଗତ ଭାବେ ଚାପ ପ୍ରୟୋଗ କରାଯାଉଛି । ଯେକୌଣସି ସ୍ଥତିରେ ଚୀନକୁ ଲଦ୍ଦାଖ ଏବଂ ପୂରା ଅଂଚଳରେ ୨୦୨୦ ଏପ୍ରିଲ ପୂର୍ବ ସ୍ଥିତି ଅଣାଯିବାକୁ ଉଦ୍ୟମ ହୋଇଛି ।

By amfnews

Related Post