Sun. Mar 8th, 2026

ସାରଥୀ ବାବାଙ୍କୁ ମିଳିଲା ଜାମିନ୍‌

209 Views

କଟକ  : ସାରଥୀ ଓରଫ ସନ୍ତୋଷ ରାଉଳଙ୍କୁ ସୋମବାର ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ମାମଲାରେ ବେଲ୍‌ ପାଇସାରିଥିବା ସାରଥୀଙ୍କୁ ଆଜି ତୃତୀୟ ମାମଲାରେ ହାଇକୋର୍ଟ ଜାମିନ ଦେଇଛନ୍ତି ।

ସୂଚନାଯୋଗ୍ୟ, ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’-ଝିଅଙ୍କ ପକ୍ଷରୁ ୩ୟ ମାମଲା ଦାୟର ହୋଇଥିଲା। ତେବେ ଏହି ମାମଲାରେ ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ସର୍ତମୂଳକ ଜାମିନ୍‌ ମିଳିଛି । ଏହା ସହ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ହାଇକୋର୍ଟ ସାରଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ତଳ କୋର୍ଟ ଚାହିଁଲେ ଏହି ମାମଲାରେ ଅଧିକ ସର୍ତ୍ତ ରଖିପାରିବେ ବୋଲି କୋର୍ଟ କହିଛନ୍ତି ।

କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମର ସାରଥୀ ବାବା ଓରଫ ସନ୍ତୋଷ ରାଉଳ ବିରୋଧରେ ମୋଟ୍‌ ୩ଟି ମାମଲା ରହିଥିଲା। ତେବେ ପୂର୍ବରୁ ଦୁଇଟି ମାମଲାରେ ବାବା ସାରଥୀ ବେଲ୍‌ ପାଇଥିଲେ। ଦୀର୍ଘ ୩ବର୍ଷରୁ ଅଧିକ ସମୟ ଧରି କଟକ ଚୌଦାର ଜେଲରେ ବନ୍ଦୀ ସାରଥୀ ଥିଲେ । ଆଜି ତାଙ୍କୁ ସମସ୍ତ ତିନୋଟି ଯାକ ମାମଲାରେ ହାଇକୋର୍ଟ ବେଲ୍‌ ପ୍ରଦାନ କରିଛନ୍ତି ।

By amfnews

Related Post