Mon. Nov 25th, 2024

ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ୟେଦ୍ଦ୍ୟୁରପ୍ପା, ସନ୍ଧ୍ୟା ୬ଟାରେ ଶପଥ ଗ୍ରହଣ

By amfnews Jul 26, 2019 #Featured
69 Views

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଏଚ୍‌ଡି କୁମାରସ୍ୱାମୀ ନେତୃତ୍ୱାଧୀନ ମେଣ୍ଟ ସରକାର ଆସ୍ଥା ଭୋଟ୍‌ ହାରିବାର ତିନି ଦିନ ପରେ ଅର୍ଥାତ୍‌ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ବିଜେପି ନେତା ଏବଂ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରପ୍ପା ରାଜଭବନ ଯାଇ ରାଜ୍ୟପାଳ ବଜୁଭାଇ ବାଲାଙ୍କୁ ଭେଟି ସରକାର ଗଢ଼ିବାକୁ ଦାବି କରିଛନ୍ତି।

ସେ କହିଛନ୍ତି: ମୁଁ ରାଜ୍ୟପାଳଙ୍କୁ ଭେଟିଲି, ମୁଖ୍ୟମନ୍ତ୍ରୀ ଭାବେ ସନ୍ଧ୍ୟା ୬ଟାରେ ଶପଥ ଗ୍ରହଣ କରିବି। କିଛି ସମୟ ପୂର୍ବରୁ ସେ କହିଥିଲେ କି, ଆଜି ସକାଳ ୧୦ଟା ବେଳେ ମୁଁ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିବି। ଆଜି ହିଁ ଶପଥ ଗ୍ରହଣ କରାଇବାକୁ ମୁଁ ତାଙ୍କୁ ଅନୁରୋଧ କରିବି।

ଜଗଦୀଶ ଶେତ୍ତାର, ଅରବିନ୍ଦ ଲିମ୍ବାବାଲି, ଜେ ସି ମଧୁସ୍ୱାମୀ, ବାସବରାଜ ବୋମ୍ମାଇ ଏବଂ ୟେଦ୍ଦ୍ୟୁରପ୍ପାଙ୍କ ପୁଅ ବିଜୟେନ୍ଦ୍ର ନୂଆଦିଲ୍ଲୀ ଠାରେ ଦଳର ମୁଖ୍ୟ ଅମିତ ଶାହାଙ୍କୁ ଭେଟି ସରକାର ଗଠନ କରିବା ବିଷୟରେ ଆଲୋଚନା କରିଥିଲେ।

ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ଥିବା ୟେଦ୍ଦ୍ୟୁରପ୍ପା କହିଲେ କି, ଯେହେତୁ ମୁଁ ବିରୋଧୀ ଦଳର ନେତା ପୁଣି ଥରେ ବିଧାୟକମାନେ ବୈଠକ ବସାଇ ମୋତେ ମୁଖ୍ୟ ଭାବେ ମନୋନୟନ କରିବା ଅନାବଶ୍ୟକ।

By amfnews

Related Post