Tue. Apr 22nd, 2025

ସରକାରଙ୍କ ଐତିହାସିକ ଘୋଷଣା ପରେ କଶ୍ମୀରକୁ ଗଲେ ଆଉ ୮୦୦୦ ସୈନ୍ୟ

By amfnews Aug 5, 2019 #Featured
154 Views

ନୂଆଦିଲ୍ଲୀ  : ସୋମବାର ଦିନ କେନ୍ଦ୍ର ସରକାର କଶ୍ମୀର ଉପତ୍ୟକାକୁ ପୁଣି ୮୦୦୦ ସିଆର୍‌ପିଏଫ୍‌ ଯବାନ ପଠାଇଛନ୍ତି। ଯବାନମାନଙ୍କୁ ଦେଶର ବିଭିନ୍ନ ଅଞ୍ଚଳରୁ ବିମାନ ଯୋଗେ ଅଣାଯାଇ କଶ୍ମୀରକୁ ପଠାଯାଇଥିବା ଖବର ମିଳିଛି। ସୋମବାର ଦିନ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦, ୩୫ (କ) ଉଚ୍ଛେଦ କରିବାକୁ ପ୍ରସ୍ତାବ ଦେବା ଓ ଲଦାଖ ଓ ଜମ୍ମୁ ଏବଂ କଶ୍ମୀରକୁ ଦୁଇଟି ପୃଥକ୍‌ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବାକୁ ବିଲ୍‌ ଆଗତ କରିବାର ଗୋଟିଏ ଦିନ ପୂର୍ବରୁ ସରକାର ଅତିରିକ୍ତ ୩୫, ୦୦୦ ସୈନ୍ୟ ପଠାଇଥିଲେ।ସେନାମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ୍‌ଙ୍କ ଜୟସାଲମର ଗସ୍ତ ମଧ୍ୟ ବାତିଲ କରାଯାଇଛି। କଶ୍ମୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ମଧ୍ୟ ନିରାପତ୍ତା ଆଲର୍ଟ ଜାରି କରିଛି।

ଅମିତ ଶାହାଙ୍କ ପ୍ରସ୍ତାବ ଏବଂ ବିଲ୍‌ ଉପରେ ସମ୍ପ୍ରତି ରାଜ୍ୟସଭାରେ ବିତର୍କ ଚାଲିଛି। ଧାରା ୩୭୦ ଉଚ୍ଛେଦ ପ୍ରସ୍ତାବକୁ ବିଜେପି ନେତୃବୃନ୍ଦ ଏବଂ ମନ୍ତ୍ରୀମାନେ ପ୍ରଶଂସା କରିଛନ୍ତି। ଏଥିପାଇଁ ରାଜ୍ୟସଭାରେ ଲଞ୍ଚ୍‌ବ୍ରେକ୍‌ ହେବ ନାହିଁ। ପିଡିପିର ଦୁଇ ଜଣ ସାଂସଦ ଭାରତୀୟ ସମ୍ବିଧାନ ପୁସ୍ତିକା ଚିରିବାରୁ ସେମାନଙ୍କୁ ରାଜ୍ୟସଭାର ହଟାଇ ଦିଆଯାଇଛି।ଲଦାଖର ବିଜେପି ସାଂସଦ ଜାମିୟାଙ୍ଗ୍‌ ସେରିଙ୍ଗ୍‌ ନାମଗ୍ୟାଲ୍‌ ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି କି, କଶ୍ମୀରର ଆଧିପତ୍ୟରୁ ଲଦାଖ ମୁକ୍ତ ହେବାକୁ ଚାହୁଁଥିଲା।ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଟୁଇଟ୍‌ କରି କହିଛନ୍ତି କି, ଧାରା ୩୭୦ ଉଚ୍ଛେଦ ପ୍ରସ୍ତାବ ହେଉଛି ଐତିହାସିକ ଭୁଲ୍‌କୁ ସଂଶୋଧନ କରିବା।

By amfnews

Related Post