Sun. Mar 8th, 2026

ସରକାରଙ୍କ ଉଡ଼ାନ୍‌-୩ ଯୋଜନା; ୨୫୦୦ ଟଙ୍କାରେ କରନ୍ତୁ ବିଦେଶ ଗସ୍ତ

240 Views

ନୂଆଦିଲ୍ଲୀ, ଜାନୁଆରୀ ୧୪ : ଉଡ଼ାନ୍‌ (ଉଡ଼େ ଦେଶ୍‌ କା ଆମ୍‌ ନାଗରିକ୍‌) ଯୋଜନାର ତୃତୀୟ ପର୍ଯ୍ୟାୟରେ ସରକାର ରୁଟ୍‌ ଚୂଡ଼ାନ୍ତ କରୁଥିବାରୁ ସୁଲଭ ମୂଲ୍ୟରେ ଆନ୍ତର୍ଜାତିକ ବିମାନରେ ଯାତ୍ରା କରିବା ସ୍ୱପ୍ନ ଖୁବ୍‌ ଶୀଘ୍ର ସାକାର ହେବାକୁ ଯାଉଛି।

ଉଡ଼ାନ୍‌ ଯୋଜନାର ତୃତୀୟ ପର୍ଯ୍ୟାୟ ଅଧୀନରେ ସରକାର ଶତାଧିକ ପ୍ରସ୍ତାବ ପାଇ ସାରିଛନ୍ତି। ବ୍ୟାଙ୍ଗ୍‌କକ୍‌, ଥାଇଲାଣ୍ଡ୍‌, କାଠମାଣ୍ଡୁ ଯାତ୍ରା କରୁଥିବା ବିମାନ ମାଧ୍ୟମରେ ଆସାମ ଆନ୍ତର୍ଜାତିକ ଭାବେ ସଂଯୋଗ ହୋଇ ପାରିବ।

ନେପାଳ, ବାଂଲାଦେଶ ଏବଂ ମିଅାଁମାର ସହ ଯୋଗାଯୋଗ କରିବା ଲାଗି ବିହାର ରାଜ୍ୟର ବିମାନ ବନ୍ଦର ସବୁକୁ ଆନ୍ତର୍ଜାତିକ ସ୍ତରକୁ ସଂପ୍ରସାରଣ କରାଯିବ। ଚେନ୍ନାଇରୁ ମଧ୍ୟ ସିଙ୍ଗାପୁର ଯାତ୍ରା ଲାଗି ଆନ୍ତର୍ଜାତିକ ବିମାନ ମିଳିପାରେ।

ରିହାତି ମୂଲ୍ୟରେ ଟିକିଟ୍‌ ଦ୍ୱାରା ଲୋକଙ୍କ ଲାଗି ଛୋଟ ଛୋଟ ସହରକୁ ଆକାଶପଥରେ ସଂଯୋଗ କରିବାକୁ ସୁବିଧା ଯୋଗାଇ ଦେବାକୁ ୨୦୧୬ରେ ଉଡ଼ାନ୍‌ ଆରମ୍ଭ ହୋଇଥିଲା। ଘଣ୍ଟା ପ୍ରତି ୨୫୦୦ ଟଙ୍କା ମୂଲ୍ୟରେ ବିମାନ ଯାତ୍ରାର ସୁବିଧା କରାଇ ଟାୟର୍‌-ଟୁ ଏବଂ ଟାୟର୍‌-ଥ୍ରି ସହରଗୁଡ଼ିକୁ ମୁଖ୍ୟ ସହର ସହ ସଂଯୋଗ କରିବା ଥିଲା ଏହି ଯୋଜନାର ଉଦ୍ଦେଶ୍ୟ।

By amfnews

Related Post