Sat. Mar 7th, 2026

ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

352 Views

Featured
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଞ୍ଚସଖା ସମାଧି ପୀଠରେ ପହଞ୍ଚି ପଞ୍ଚସଖାଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପରେ ୧୧ଟା ୪୫ରେ ବକୁଳବନ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ୩୦ଟି ଜିଲ୍ଲାରୁ ଆସିଥିବା ପବିତ୍ର ଜଳ ଓ ମାଟିରେ ବୃକ୍ଷରୋପଣ ପରେ ଭିତ୍ତିପ୍ରସ୍ତର ସଭାରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାଶ, ପୁରୀ ସାଂସଦ ପିନାକୀ ମିଶ୍ର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, କାକଟପୁର ବିଧାୟକ ସୁରେନ୍ଦ୍ର କୁମାର ସେଠୀ, ଉନ୍ନୟନ କମିସନର ଏସ୍‌.ବାଳକୃଷ୍ଣ, ଉଚ୍ଚ ଶିକ୍ଷା ସଚିବ ପ୍ରମୁଖ ଯୋଗ ଦେଇଥିଲେ।

By amfnews

Related Post